ଚିଲିକା ଡ୍ରାଇଭର ସଙ୍ଘ ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ଖୋର୍ଦ୍ଧା ଜିଲ୍ଲା କୁହୁଡ଼ି ପଞ୍ଚାୟତର କଲ୍ୟାଣ ମଣ୍ଡପ ଠାରେ ଚିଲିକା ଡ୍ରାଇଭର ମହାସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ୧୭ ଗୋଟି ପଞ୍ଚାୟତର ସମସ୍ତ ଡ୍ରାଇଭର ମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ୧୭ ଗୋଟି ପଞ୍ଚାୟତର ସମସ୍ତ ସଭାପତି, ସମ୍ପାଦକ ଓ ଆଡ଼ମିନ ଚୟନ କରାଯାଇ ସମସ୍ତଙ୍କ ମନରେ ଥିବା ବିଭିନ୍ନ ସମସ୍ୟାକୁ ଦୂର କରାଯାଇ ବୈଠକ ହୋଇଥିଲା । ବହୁଦିନ ଧରି ରହିଥିବା ସମସ୍ୟା ଡ୍ରାଇଭର ମାନଙ୍କର ନିଷ୍ପତ୍ତିକୁ ସରକାର ଶୁଣିଛନ୍ତି ବୋଲି ସୂଚନା ଦେଲେ ଚିଲିକା ଡ୍ରାଇଭର ମହାସଂଘର ସମ୍ପାଦକ ଓ ସଭାପତି । ଏହି ଭଳି ଏକତ୍ରିତ ହୋଇ ରହିବା ପାଇଁ ସମସ୍ତ ଡ୍ରାଇଭର ମାନେ ନିଷ୍ପତ୍ତି ନେଇଛନ୍ତି । ବହୁଦିନ ପରେ ଡ୍ରାଇଭରଙ୍କ ସମସ୍ୟା ସରକାର ଶୁଣିଛନ୍ତି ବୋଲି ଆଜି ସମସ୍ତ ଚିଲିକା ବ୍ଲକର ଡ୍ରାଇଭର ମାନେ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ଚିଲିକା ବ୍ଲକ ର ଡ୍ରାଇଭର ମାନଙ୍କ ମନମାନି ରହିଥିବା ନେଇ ଆଜି ସମସ୍ତ ସମସ୍ୟା ସମାଧାନ ହୋଇଛି ବୋଲି ମଧ୍ୟ ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *