ବାଲୁଗାଁ ଛେଡାପଦର ଗ୍ରାମର ଘଟଣା : ଡକା ଡ଼କି ହୋଇ ଚାଲିଗଲେ ସ୍ବାମୀ ସ୍ତ୍ରୀ !!!

0
3010

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଛେଡାପଦର ଗ୍ରାମ ର ଶଶିରେଖା ଜେନା ଗତ ମାସ ୧୮ ତାରିଖ ସନ୍ଧ୍ୟା ସମୟରେ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ନିକଟସ୍ଥ ବାଲୁଗାଁ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିବା ବେଳେ ଡ଼ାକ୍ତର ଶଶୀରେଖା ଙ୍କୁ ମୃତ ଘୋଷଣା କରିଥଲେ ! ସେ ଜଣେ ଧର୍ମ ପରାୟଣ ମହିଳା ଥିବା ହେତୁ ଗ୍ରାମରେ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ଶ୍ମଶାନ ରେ ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା । ସେଭଳି ବିଡମ୍ବନା ର ବିଷୟ ଯେ ଶଶୀରେଖା ଙ୍କ ୯ କ୍ରିୟା ଦିନ ସ୍ବର୍ଗତ ଶଶିରେଖାଙ୍କ ସ୍ବାମୀ ନେତ୍ରମଣି ଜେନା ହଠାତ୍ ପ୍ରାଣତ୍ୟାଗ କଲେ ! ଏଥିରେ ପରିବାର ବର୍ଗ ସମେତ ଅଞ୍ଚଳ ବାସୀ ହତବାକ୍ ହୋଇ ପଡ଼ିଥିଲେ ! ସ୍ୱାମୀ ସ୍ତ୍ରୀ ଦୁହେଁ ଡକା ଡକି ହୋଇ ଚାଲି ଗଲେ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି । ଉଭୟଙ୍କ ସାତ ପୁଅ, ସାତ ବୋହୂ , ଦୁଇ ଝିଅ ଜ୍ବାଇଁ , ନାତି ନାତୁଣୀ ସମେତ ପରିବାର ପରିଜନ ଉପସ୍ଥିତ ରହି ଉଭୟଙ୍କ ଆଜି କ୍ରିୟା ସମ୍ପନ୍ନ କରିଛନ୍ତି। ଉଭୟେ ଧର୍ମ ପରାୟଣ , ମିଷ୍ଟ ଭାଷୀ, ସମାଜ ସେବୀ ଏବଂ ସ୍ନେହୀ ଥିଲେ ! ମୃତ୍ୟୁ ବେଳ କୁ ଶଶୀରେଖା ଙ୍କୁ ୮୦ ବର୍ଷ ବୟସ ହୋଇଥିବା ବେଳେ ନେତ୍ରମଣୀ ଙ୍କୁ ୯୦ ବର୍ଷ ହୋଇଥିଲା ।

LEAVE A REPLY

Please enter your comment!
Please enter your name here