ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ମହେନ୍ଦ୍ରଗିରି କୁନ୍ତି ମନ୍ଦିର ପ୍ରାଙ୍ଗଣ ରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଭାଗବତ ମଣ୍ଡଳୀ ପକ୍ଷରୁ ଗୁରୁବାର ଭାଗବତ ସାପ୍ତାହିକ ଅନୁଷ୍ଠିତ ହୋଇଯାଇଛି । ମହେନ୍ଦ୍ର ତନୟା ରୁ ଜଳ ଆଣି କଳସ ଯାତ୍ରା ରେ ଗଙ୍ଗା ଆବାହନ କରା ଯାଇଥିବା ବେଳେ ସନ୍ତୋଷ କୁମାର ପାତ୍ର ଓ ଲକ୍ଷ୍ମୀ ପାତ୍ର କର୍ତ୍ତା ଭାବରେ ବସିଥିଲେ । ପୁରୋହିତ ରଜନୀ ପାଢ଼ୀ ପୂଜା କାର୍ଯ୍ୟ ସମ୍ପାଦିତ କରିଥିବା ବେଳେ ନରସିଂହ ପାତ୍ର, ସୁରେଶ ବାଡତ୍ୟା ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ସପ୍ତଦିନ ବ୍ୟାପି ପାଳନ ହୋଇ ଆସନ୍ତା ୧୦ ତାରିଖ ରେ ପୂର୍ଣ୍ଣାହୂତି ହେବ । ପ୍ରତ୍ୟେକ ଦିନ ପାରାୟଣ, ଘୃତ ଯଜ୍ଞ, ଅର୍ଣଯଜ୍ଞ ହେବାକୁ ଯୋଜନା ଥିବା ବେଳେ ଗାରାବନ୍ଧ ଥାନା ପକ୍ଷରୁ ପୋଲିସ୍ ସୁରକ୍ଷା ପ୍ରଦାନ କରିଛନ୍ତି । ଭାଗବତ ଟୁଙ୍ଗି ପୁନଃ ଉଦ୍ଧାର ସଂରକ୍ଷଣ ସଂଘ ସଭାପତି ଦିବାକର ପ୍ରଧାନ, ସଂପାଦକ ମାଧବ ବାଡତ୍ୟା, ତ୍ରିନାଥ ମହାରଣା ମହେନ୍ଦ୍ରଗିରି ଜୈବ ଉନ୍ନୟନ କମିଟି ସଭାପତି ଭାସ୍କର ମଣ୍ଡଳ , କୃଷ୍ଣ ଗୌଡ ଙ୍କ ସମେତ ଶତାଧିକ ଭାଗବତ ଭକ୍ତ ମହେନ୍ଦ୍ରଗିରି ରେ ରହି ସହଯୋଗ କରୁଛନ୍ତି ।
ମହେନ୍ଦ୍ରଗିରି ରେ ଭାଗବତ ସାପ୍ତାହିକ ଅନୁଷ୍ଠିତ !!!

