ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅଞ୍ଚଳରେ ଥିବା ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ଶ୍ରୀ ଲୋକନାଥ ଦେବ ଏବଂ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଦେବ ଙ୍କର ପବିତ୍ର ଚନ୍ଦନ ଯାତ୍ରା ଖୁବ୍ ଧୁମଧାମରେ ପାଳିତ ହେଉଛି । ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ଏହି ଚନ୍ଦନ ଯାତ୍ରା , ଭଉଁରି ଯାତ୍ରା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଅତ୍ୟଧିକ ଗରମ ପାଇଁ ଠାକୁର ଚନ୍ଦନ କୁଣ୍ଡରେ ରହିବା ପରେ ସନ୍ଧ୍ୟା ସମୟରେ ଠାକୁର ପୁଣି ସୁସଜ୍ଜିତ ବିମାନରେ ନଗର ପରିକ୍ରମା କରି ବିରାଟ ଶୋଭାଯାତ୍ରାରେ ଯାଇ ଚନ୍ଦନ ପୁଷ୍କରିଣୀ ରେ ସୁସଜ୍ଜିତ ପୁଷ୍ପକ ବିମାନରେ ବିରାଜମାନ ହୋଇ ଚାପ ଖେଳିଥାନ୍ତି । ଅତ୍ୟଧିକ ଗରମ ରୁ ରକ୍ଷା ପାଇବା ପାଇଁ ଠାକୁର ଚନ୍ଦନ ଲାଗି ହେବା ପରେ ଶ୍ରଦ୍ଧାଳୁ ମାନେ ଚନ୍ଦନ ଲଗାଇ ଥାନ୍ତି । ପୁରୀ ଜଗନ୍ନାଥଙ୍କ ରୀତିନୀତି ଅନୁସାରେ ଏହି ପର୍ବ ପାଳନ କରାଯାଇଥାଏ । ସେହି ଅନୁସାରେ ଟାଙ୍ଗୀ ଗ୍ରାମର ଶ୍ରୀ ଶ୍ରୀ ଲୋକନାଥ ଦେବ ଓ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଦେବ ଏବଂ ଶ୍ରୀ ଶ୍ରୀ ରଘୁନାଥ ଦେବ ଙ୍କର ଏହି ଚନ୍ଦନ ଯାତ୍ରା ପାଳନ ହେଉଛି । ବିଶେଷ କରି ବିଭିନ୍ନ ଶୈବ ପୀଠ ଏବଂ ବିଷ୍ଣୁ ପୀଠରେ ଏହି ପର୍ବ ପାଳନ କରାଯାଇଥାଏ ! ଟାଙ୍ଗୀ , ବାଲୁଗାଁ , ବାଣପୁର, ଚିଲିକା, ଜରିପଡା, ହରିପୁର, ନଇରି ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଶୈବ ପୀଠ ଓ ବିଷ୍ଣୁ ପୀଠରେ ଏହି ପର୍ବ ପାଳନ କରାଯାଉଛି ।
ଟାଙ୍ଗୀ ରେ ଚନ୍ଦନ ଯାତ୍ରା !!!

