ଡି. ପ୍ରିୟଙ୍କାଙ୍କୁ ”ଗୁରୁ ଦେବ ପ୍ରସାଦ ଦାସ ପ୍ରତିଭା ସମ୍ମାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭୁବନେଶ୍ୱର ର ନୃତ୍ୟାର୍ଚ୍ଚନା ଅନୁଷ୍ଠାନ ପକ୍ଷରୁ ଷଷ୍ଠ ଗୁରୁ ଦେବ ପ୍ରସାଦ ଦାସ ସମ୍ମାନ ଉତ୍ସବ – ୨୦୨୩ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଧାୟକ ପ୍ରଫୁଲ କୁମାର ସାମଲ , ଓଡିଶା ବିଧାନସଭାର ସଚିବ ଦାଶରଥି ଶତପଥୀ , ପୂର୍ବତନ ଅତିରିକ୍ତ ଶାସନ ସଚିବ କୃପାସିନ୍ଧୁ ମିଶ୍ର , ସଙ୍ଗୀତିଜ୍ଞ ସୁକାନ୍ତ କୁମାର କୁଣ୍ଡୁ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ନୃତ୍ୟଶିଳ୍ପୀ ମାନେ ଯୋଗ ଦେଇଥିଲେ । ପାରଳାଖେମୁଣ୍ଡିର ଅଗ୍ରଣୀ ଓଡିଶୀ ନୃତ୍ୟ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡିଶୀ କଳାକେନ୍ଦ୍ରର ନୃତ୍ୟଶିଳ୍ପୀ ଅନୌଷ୍ଳା ଅନହିତା , ତନୀଷା ବେବର୍ତ୍ତା , ଚିରସ୍ମିତା ପଣ୍ଡା , ରିଶୀତା ପାତ୍ର , ସ୍ୱପ୍ନାରାଣୀ ପାଣିଗ୍ରାହୀ , ଶୁଭଶ୍ରୀ ପାଣିଗ୍ରାହୀ , ବିଦ୍ୟା ପୂଜାରୀ ଓ ତନିଷା ପରିଚ୍ଛା ଓଡିଶୀ ଅଭିନୟ ପରିବେଷଣ କରି ଦର୍ଶକ ମାନଙ୍କୁ ଠାରୁ ଭୁୟସୀ ପ୍ରଶଂସା ପାଇଛନ୍ତି ଏବଂ ଅନୁଷ୍ଠାନର ନୃତ୍ୟ ନିର୍ଦ୍ଦେଶିକା ସୁଶ୍ରୀ ଡି. ପ୍ରିୟଙ୍କାଙ୍କୁ ଷଷ୍ଠ ତମ “ଗୁରୁ ଦେବ ପ୍ରସାଦ ଦାସ” ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଗୁରୁ ସୁରେଶ କୁମାର ଖୁଣ୍ଟିଆ , ସାଗର କୁମାର ଖୁଣ୍ଟିଆ ଆଦି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ।

Leave a Reply

Your email address will not be published. Required fields are marked *