ବାଙ୍କୀ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ହଜିଗଲା ମାନବିକତା ! ଓଁ ଶାନ୍ତି ଆଶ୍ରମ ଆଧ୍ୟାତ୍ମିକ ଶିକ୍ଷୟତ୍ରୀ ଙ୍କୁ ମରଣାନ୍ତକ ଆକ୍ରମଣ ! କୂଅ ରସି ରେ ପ୍ରଥମେ ମହିଳା ଆଧ୍ୟାତ୍ମିକ ଶିକ୍ଷୟତ୍ରୀ ଙ୍କୁ ବାନ୍ଧିଲେ ଆଉ ନିସ୍ତୁକ ମାଡ ମାରିଲେ ! ଶେଷରେ ବାହାରୁ ତାଲା ପକ୍କାଇ ଜୀବନ ରେ ମାରିଦେବା ର ଧମକ ଦେଇ ଚାଲିଗଲେ ! ଦୀର୍ଘ ୩ ଘଣ୍ଟା ପରେ ଗୁରତର ଅବସ୍ଥାରେ ମହିଳା ଙ୍କୁ ଉଦ୍ଧାର କରାଯାଇ ଆଶ୍ରମ ପକ୍ଷରୁ ମେଡିକାଲ ରେ କରାଯାଇଥିଲା ଭର୍ତ୍ତି ! ନ୍ୟାୟ ପାଇଁ ପୋଲିସ ର ଦ୍ୱାରସ୍ତ ହୋଇଛନ୍ତି ଆଶ୍ରମ ର ସଦସ୍ୟ ! ବାଙ୍କୀ ଥାନା ଅନ୍ତର୍ଗତ ବରପୁଟ ଗ୍ରାମପଞ୍ଚାୟତ ର ପଥୁରୀପଡାର ଓଁ ଶାନ୍ତି ଆଶ୍ରମ ର ଶିକ୍ଷୟତ୍ରୀ ଙ୍କୁ ଜୀବନ ରେ ମାରିଦେବା ପାଇଁ ଦୁର୍ବୁତ୍ତ ମାନେ କରିଥିଲେ ଜୋରଦାର ଉଦ୍ୟମ ! ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମରୁ ମରୁ ବଞ୍ଚି ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ରହିଥିବା ଆଶ୍ରମ ର ଶିକ୍ଷୟତ୍ରୀ ଭାରତୀ ତ୍ରିପାଠୀ ! ଦୀର୍ଘ ୭ ବର୍ଷ ଧରି ଗୋଟିଏ ସ୍ଥାନ ରେ ଆଶ୍ରମ ଚାଲି ଆସୁଥିବା ପରେ , ଆଶ୍ରମ ସ୍ଥାନ କୁ ଯେଉଁ ବ୍ୟକ୍ତି ଦାନ ସ୍ୱରୂପ ଦେଇଛନ୍ତି ତାଙ୍କର ସମ୍ପର୍କୀୟ ଅଚାନକ ଆଶ୍ରମ ଖାଲି କରିବା ପାଇଁ ଆଶ୍ରମର ଶିକ୍ଷୟତ୍ରୀଙ୍କୁ ଦେଇଥିଲେ ଧମକ ! କିନ୍ତୁ ଏହାକୁ ଆଶ୍ରମ ରେ ରହି ଆସୁଥିବା ଶିକ୍ଷୟତ୍ରୀ ବ୍ରହ୍ମକୁମାରୀ ଭାରତୀ ତ୍ରିପାଠୀ ବିରୋଧ କରିବାରୁ ଦୁର୍ବୁତ୍ତ ମାନେ ଆଶ୍ରମ ପରିସରରେ ବ୍ରହ୍ମକୁମାରୀ ଭାରତୀ ଙ୍କୁ ଏକୁଟିଆ ଥିବାର ସୁଯୋଗ ନେଇ କୂଅ ଦୌଡ଼ି ରେ ବାନ୍ଧି ଉଦୁଉଦିଆ ଖରା ରେ ଆଶ୍ରମ ର ଗୋଟିଏ ଘରେ ମାରିଥିଲେ ନିସ୍ତୁକ ମାଡ ! ଶେଷରେ ଜୀବନ ରେ ମାରିଦେବା ର ଧମକ ଦେଇ ଦୌଡ଼ି ରେ ବାନ୍ଧି ସେହି ଭଳି ଅବସ୍ଥାରେ ଘର ବାହାରୁ ତାଲା ପକାଇ ଚାଲି ଯାଇଥିଲେ ! ଆହତ ମହିଳା ଙ୍କୁ ଉପଖଣ୍ଡ ଚିକିତ୍ସାଳୟ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ନ୍ୟାୟ ପାଇଁ ବାଙ୍କୀ ଥାନାରେ ଦ୍ୱାରସ୍ତ ହୋଇଛନ୍ତି ଆଶ୍ରମ ର ସଦସ୍ୟ ମାନେ !
ଓଁ ଶାନ୍ତି ଆଶ୍ରମ ଆଧ୍ୟାତ୍ମିକ ଶିକ୍ଷୟତ୍ରୀ ଙ୍କୁ ମରଣାନ୍ତକ ଆକ୍ରମଣ !!!

