ଖରଡ଼ି ଛକ ସ୍ଥିତ ଭେରାଇଟି ଷ୍ଟୋରରୁ ଚୋରି ଘଟଣାରେ ଦୁଇ ଯୁବକ ଗିରଫ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ଖରଡ଼ି ଛକ ସ୍ଥିତ ଏକ ଭେରାଇଟି ଷ୍ଟୋରରୁ ଚୋରି ଘଟଣାରେ ସୁକିନ୍ଦା ପୋଲିସ ଦ୍ବାରା ଖରଡ଼ି ଅଞ୍ଚଳରୁ ଦୁଇ ଯୁବକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସୂଚନା ମୁତାବକ ଖରଡ଼ି ଗ୍ରାମର ସଞ୍ଜୀବ କୁମାର ସାହୁଙ୍କ ଖରଡ଼ି ଛକ ସ୍ଥିତ ଦୋକାନରୁ ଲକ୍ଷାଧିକ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଲୁଟି ହୋଇଥିବା ନେଇ ଦୋକାନ ମାଲିକଙ୍କ ପକ୍ଷରୁ ସୁକିନ୍ଦା ଥାନାରେ ଏକ ଲଖିତ୍ ଅଭିଯୋଗ ହୋଇଥିଲା । ସୁକିନ୍ଦା ପୋଲିସ ଲିଖିତ ଅଭିଯୋଗକୁ ଭିତ୍ତି କରି ସନ୍ଧାନୀ କୁକୁର ସାହାଯ୍ୟରେ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ସାକ୍ଷ୍ୟ ପ୍ରମାଣ ଆଧାରରେ ସ୍ଥାନୀୟ ଅଞ୍ଚଳର ଦୁଇ ଯୁବକ 27 ବର୍ଷୀୟ ପାଟୁଆ ଖଟୁଆ ଓ 27 ବର୍ଷିୟ ରିଲୁଆ ଖଟ୍ଟୁଆଙ୍କୁ ଗିରଫ କରି କେସ ନଂ 104/23 ରେ ମାମଲା ରୁଜ୍ଜୁ କରି ଦୁଇ ଯୁବକଙ୍କୁ ଆଜି ସୁକିନ୍ଦା ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦେଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *