ବାଣପୁରରେ ପାରିବାରିକ କଳହ ହେଲା ଅନ୍ତ : ସ୍ତ୍ରୀ ଙ୍କ ଅଭିଯୋଗ ହେଲା ଖାରଜ , ସ୍ବାମୀ ଓ ପରିବାର ନିର୍ଦ୍ଦୋଷରେ ଖଲାସ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କୈଣସି କାରଣ କୁ ନେଇ ପାରିବାରିକ କଳହକୁ କେନ୍ଦ୍ରକରି ୨୦୧୪ ମସିହାରେ ଜଣେ ବଧୁ ଆଣିଲେ ସ୍ବାମୀ,ଶାଶୁ ଓ ଶଶୁରଙ୍କ ନାମରେ ନାରୀ ନିର୍ଯାତନା, ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ପରି ଥାନାରେ ଅଭିଯୋଗ । ତେବେ ଦୀର୍ଘ ୯ ବର୍ଷ ପରେ ସାକ୍ଷି ମାନଙ୍କ ର ବୟାନକୁ ନେଇ ମାନ୍ୟବର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଭିଯୋଗକାରିଙ୍କ ଅଭିଯୋଗକୁ ଶୁଣାଣୀ କରି ଅଭିଯୁକ୍ତ ମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା କୋଟପୁର ଗ୍ରାମର ନିର୍ଝରାଣୀ ଷଡଙ୍ଗୀ ୨୦୧୪ ମସିହାରେ ବାଣପୁର ଥାନାରେ ସ୍ବାମୀ, ଶଶୁର ଓ ଶାଶୁଙ୍କ ନାମରେ କୈଣସି ଘଟଣାକୁ ନେଇ ନାରୀନିର୍ଯ୍ୟାତନା , ଯାୈତୁକ ନିର୍ଯାତନା ଓ ହତ୍ୟା ପରି ଅଭିଯୋଗ ମାନ ଆଣିଥିଲେ । ତେବେ ୯ବର୍ଷ ପରେ ଦଶଜଣ ସାକ୍ଷୀଙ୍କର ବୟାନକୁ ଭିତ୍ତି କରି ଏହାର ବିଚାର ଦେଇଛନ୍ତି । ଯେଉଁଥିରେ ମାନ୍ୟବର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟେଟ ମାମଲା ର ଶୁଣାଣି କରି ଶାଶୁ , ଶଶୁର ଓ ସ୍ବାମୀ ଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମକଦମାରେ ବାଣପୁରର ବରିଷ୍ଠ ଆଇନଜିବି ତଥା ପୂର୍ବତନ ଓକିଲ ସଂଘର ସଭାପତି ଗୌରୀ ଶଙ୍କର ଷଡଙ୍ଗୀ ସମେତ ତାଙ୍କର ସହଯୋଗୀ ଓକିଲ ମାନଙ୍କ ମଧ୍ୟରେ କିଶାନ ଷଡଙ୍ଗୀ, ଜଗଦିଶ ପଟ୍ଟନାୟକ , ଅଜିତ କୁମାର ବାରିକ, ଦେବୀ ପ୍ରସାଦ ସାମନ୍ତରା ସମେତ ଅନ୍ୟାନ୍ୟ ଓକିଲ ମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *