ରଙ୍ଗାରଙ୍ଗ ପରିବେଶରେ ମାହାଙ୍ଗା ମହୋତ୍ସବ ଓ ଚନ୍ଦନ ଯାତ୍ରା ଉଦଘାଟିତ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବ୍ରହ୍ମକ୍ଷେତ୍ର ଜିଗ୍ନିପୁର ରେ ଶ୍ରୀଶ୍ରୀ ବଳଦେବଜୀଉଙ୍କ ଚନ୍ଦନ ଯାତ୍ରା ଉପଲକ୍ଷେ ଦ୍ଵିତୀୟ ମାହାଙ୍ଗା ମହୋତ୍ସବ ରଙ୍ଗାରଙ୍ଗ ପରିବେଶ ରେ ଉଦଘାଟିତ ହୋଇଯାଇଛି । କଟକ ଜିଲ୍ଲା ପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ମହୋତ୍ସବ ରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ , ବିଧାୟକ ପ୍ରତାପ ଜେନା ଙ୍କ ଧର୍ମପତ୍ନୀ ଡେଜି ଜେନା, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, କଟକ ଜିଲ୍ଲା ପରିଷଦ ଉପ ସଭାପତି ସୁଭଦ୍ରା ଦାସ, କଟକ ଜିଲ୍ଲା ଗ୍ରାମୀଣ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କୁମାର କର, ଉପ ଜିଲ୍ଲାପାଳ ଅମରଜିତ୍ ଦାସ ଏବଂ ନିଶ୍ଚିନ୍ତକୋଇଲି ବ୍ଲକ ର ସମସ୍ତ ଅଧିକାରୀ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ମାହାଙ୍ଗା ମାଟିର ସାହିତ୍ୟ, ସଂସ୍କୃତି ଓ ପରମ୍ପରା ଉଜ୍ଜୀବିତ କରିବା ପାଇଁ ପ୍ରୟାସ କରିଆସୁଛନ୍ତି ବୋଲି କହିଥିଲେ । ଏହି ଅବସରରେ ଅତିଥି ମାନଙ୍କୁ ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହୋତ୍ସବ କମିଟି ପକ୍ଷରୁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଶେଷ କରି ପୁରୀ ର ଗୋଟିପୁଅ ନୃତ୍ୟ, କଟକ ସ୍ଥିତ ନୃତ୍ୟାଙ୍ଗ ଫାଉଣ୍ଡେସନ , ସାଲେପୁର ସଂଗୀତ ନୃତ୍ୟ ଏକାଡେମୀ ଓ‌ ମାହାଙ୍ଗା ଆଦର୍ଶ ବିଦ୍ୟାଳୟ କଳାକାର ମାନେ ସଙ୍ଗୀତ ନୃତ୍ୟ କାର୍ଯ୍ୟକ୍ରମର ଦର୍ଶକ ଙ୍କୁ ବାନ୍ଧି ରଖିଥିଲେ । ସେହିପରି ମହୋତ୍ସବ ଉପଲକ୍ଷେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ମିଶନ୍ ଶକ୍ତି ଜରିଆରେ ଆସିଥିବା ବିଭିନ୍ନ ଷ୍ଟଲ୍ , ମୀନା ବଜାରରେ ଦର୍ଶକ ଗହଳି ପରିଲକ୍ଷିତ ହୋଇଥିଲା । ଏହି ମହୋତ୍ସବ ପାଞ୍ଚଦିନ ବ୍ୟାପି ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *