ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାକୁ ଲାଗି ସମଗ୍ର ଚିଲିକା ରହିଥବା ବେଳେ ତା ‘ ଉପରେ ନିର୍ଭର କରି ଚଳୁଥିବା ମତ୍ସ୍ୟଜୀବି ଗ୍ରାମ ମାନଙ୍କ ଅଧିକାର ଦିନକୁ ଦିନ କ୍ଷୁର୍ଣ୍ଣ ହେବାକୁ ଲାଗିଛି l ଫାଇଦା ଉଠାଉଛନ୍ତି ଚିଲିକାରେ ବେଆଇନ କାର୍ଯ୍ୟ କଳାପରେ ଲିପ୍ତ କିଛି ଜଳଦସ୍ୟୁ ଓ ବେଆଇନ ଭାବେ ଚିଲିକାରେ ଘେରି ବସେଇ ଚିଙ୍ଗୁଡ଼ିଚାଷ କରି ମାଲେମାଲ ହେଉଥିବା କିଛି ମାଫିଆ ବର୍ଗର ବ୍ୟକ୍ତି ବିଶେଷ । ବାରମ୍ବାର ସେମାନଙ୍କର କାର୍ଯ୍ୟକଳାପ ଲୋକଲୋଚନକୁ ଆସୁଥିବା ବେଳେ ପ୍ରଶାସନିକ କ୍ଷେତ୍ରରେ ଏହାର ତଦନ୍ତ କରାଯାଇଛି ଓ ଚିଙ୍ଗୁଡ଼ି ଘେରିକୁ ପ୍ରଶାସନ ଜରିଆରେ ଉଛେଦ କରାଯାଉଥିଲେ ମଧ୍ୟ ତାହା ଯଥେଷ୍ଟ ଗୁରୁତ୍ବ ବହନ କରୁଥିବା ଭଳି ଦେଖାଯାଉ ନାହିଁ । ଫଳରେ ଚିଲିକା ଭିତରେ ଦୁର୍ବୃତ୍ତ ଓ ମାଫିଆଙ୍କ ଦାଦାଗିରି ତଥାପି କମି ନଥିବାର ଦେଖିବାକୁ ମିଳୁଛି । ଆଉ କେତେକ ସରୁ ଜାଲ (ଜିରୋ ନେଟ) ବ୍ୟାନ ସତ୍ବେ ଚିଲିକାରୁ ମାଛ ମାରି ନେଉଥିବା ରୁ ଚିଲିକାର ଜୀବ ସନ୍ତୁଳନ ଅସ୍ବାଭାବିକ ପରିଲକ୍ଷିତ ହେଉଛି । ଚିଲିକା ମୁହାଣ ଅରକୁଦା, (ସାତପଡ଼ା) ସିପାକୁଦା ଓ ପାଲୁର ଭଳି ମୁହାଣ ପଟେ ସମୁଦ୍ର ପାଣି ଚିଲିକା ରେ ପ୍ରବେଶ ହେତୁ ଛୋଟ ଛୋଟ ଯାଆଁଳ ମାନେ ଆସି ଚିଲିକା ରେ ରହି ବଂଶ ବିସ୍ତାର କରିଥାନ୍ତି l ଜୀବନ ଜୀବିକା ପାଇଁ ମତ୍ସ୍ୟଜୀବି ମାନେ ମାଛ, ଚିଙ୍ଗୁଡ଼ି ଓ କଙ୍କଡା ଧରି ବିକ୍ରୟ କରି କିଛି ଅର୍ଥ ଉପାର୍ଜନ କରି ନିଜର ପରିବାର ପ୍ରତି ପୋଷଣ କରିଥାନ୍ତି l ବର୍ତମାନ ଚିଲିକା ପୋତି ହେବା, ଚିଲିକା ମାଫିଆଙ୍କ ଜବର ଦଖଲ, ଜଳଦସ୍ୟୁଙ୍କ ଆତଙ୍କ ଓ ବେଆଇନ ସରୁଜାଲରେ ଛୋଟ ଛୋଟ ମାଛ ମାରିନେବା ହେତୁ ଚିଲିକାରେ ଜଳଚର ଜୀବ ଲୋପ ପାଇବାକୁ ବସିଲାଣି । ଯାହା କି ଚିଲିକା ଅଞ୍ଚଳର ମତ୍ସ୍ୟଜୀବି ଚଳିବାକୁ ବହୁତ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି l ହଜାର ହଜାର ସଂଖ୍ୟାରେ ମତ୍ସ୍ୟଜୀବି ଜୀବିକା ହରାଇବାକୁ ବସିଲେଣି । ମତ୍ସ୍ୟଜୀବୀଙ୍କ ଭାତହାଣ୍ଡି ଚିଲିକାରେ ଆଗପରି ମାଛ,ଚିଙ୍ଗୁଡ଼ି ଓ କଙ୍କଡା ପ୍ରଚୁର ଦେଖିବାକୁ ମିଳୁନାହିଁ l ତେଣୁ ଗାଁ ଗଣ୍ଡା ଛାଡି ନିଜ ନିଜର କୌଳିକ ବୃତ୍ତିକୁ ଛାଡ଼ି ସହରକୁ ଦାଦନ ଖଟିବାକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି l ହୀନସ୍ତାରେ ମତ୍ସ୍ୟଜୀବି ସମାଜ । ତେଣୁ ଆସନ୍ତା ମଇ ମାସ ପାଞ୍ଚ ତାରିଖରେ ଚିଲିକା ଅଞ୍ଚଳର ସମସ୍ତ ମତ୍ସ୍ୟଜୀବି ଏକଜୁଟ ହେବାଲାଗି ଆହ୍ୱାନ ଦିଆଯାଇଛି l ଚିଲିକାର ସୁରକ୍ଷା କାର୍ଯ୍ୟ କରିବା ଶହ ଆଗାମୀ ପିଢ଼ି ଲାଗି ପଥ ପରିଷ୍କାର କରିବା ପାଇଁ ସମସ୍ତ ମତ୍ସ୍ୟଜୀବି ମାନଙ୍କୁ ଏକଜୁଟ ହେବାକୁ ମତ୍ସ୍ୟଜୀବି ମହାସଂଘ ଅଣ୍ଟା ଭିଡ଼ିଛି l
ଜୀବନ ଜୀବିକା ହରାଉଛନ୍ତି ଚିଲିକା ଅଞ୍ଚଳ ମତ୍ସ୍ୟଜୀବି : ଆନ୍ଦୋଳନ ପାଇଁ ସଜବାଜ !!!

