ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମ ର ଲକ୍ଷ୍ମୀନାରାୟଣ ଦେବଙ୍କ ପୀଠରେ ତିନି ଦିନ ଧରି ଚାଲିଥିବା ଉତ୍ସବ ସମ୍ପନ୍ନ ହୋଇଛି ! ଅଙ୍କୁରୋପଣ , କଳସ ଯାତ୍ରା, ସୂର୍ଯ୍ୟ ପୂଜା, ଧେନୁ ପୂଜା , ଗୀତାପାଠ, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭଜନ ସମାରୋହ ର ଆୟୋଜନ କରାଯାଇଥିଲା । ଉକ୍ତ ଉତ୍ସବ ରେ ଦୁଲଣାପୁର ଅଞ୍ଚଳ ର 65 ଜଣ ଭକ୍ତ କଳସ ବୁଡ଼ାଇ ଗ୍ରାମ ପରିକ୍ରମା କରିଥିଲେ । ମହାଯଜ୍ଞ କାର୍ଯ୍ୟ ଆଧ୍ୟାତ୍ମିକ ଓ ଧାର୍ମିକ ପରିବେଶ ମଧ୍ୟରେ ମହା ସମାରୋହରେ ଅନୁଷ୍ଠିତ ହୋଇଥିଲା ! ସମସ୍ତ କାର୍ଯ୍ୟ କୁ ଦୁଲଣାପୁର ଗ୍ରାମବାସୀ, ଲକ୍ଷ୍ମୀନାରାୟଣ ଭକ୍ତ ବୃନ୍ଦ, ତୈଳକ ବୈଶ୍ୟ ସମାଜ ର ସଭାପତି ସଚିଦାନନ୍ଦ ସାହୁ, ସମ୍ପାଦକ ଜୟଦେବ ସାହୁ , ପୂର୍ବତନ ସରପଞ୍ଚ କୁବେର ଚୌଧୁରୀ, ବରିଷ୍ଠ ନାଗରିକ ଦୁର୍ଯୋଧନ ନାୟକ ,ପୂର୍ବତନ ସମିତି ସଭ୍ୟ ଲକ୍ଷ୍ମୀଧର ପରିଡ଼ା, ବିଜୟ ସାହୁ ,ଯୁବ ଉଦ୍ୟୋଗୀ ସଞ୍ଜୟ ସାହୁ, ମାଧବ ସାହୁ , ଲୋଚନ ସାହୁ , ପୂର୍ଣ୍ଣଚନ୍ଦ୍ର ସାହୁ, ଶିକ୍ଷାବିତ୍ ନିମାଇ ଚରଣ ସାହୁ ପ୍ରମୁଖ ପରିଚାଳନା କରିଥିଲେ !
ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଦେବଙ୍କର ନବମ ବାର୍ଷିକ ପାଟୋତ୍ସବ !!!

