ବାଣପୁର ମାଆ ଭଗବତୀ କଳା ନିକେତନର ବନ୍ଧୁ ମିଳନ ଅବସରରେ ବୃକ୍ଷ ରୋପଣ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବାଲୁଗାଁ ଚିଲିକା ଅଞ୍ଚଳର ଅଗ୍ରଣୀ କଳା ନିକେତନ ମାଆ ଭଗବତୀ କଳା ନିକେତନର ଦ୍ୱିତୀୟ ବନ୍ଧୁ ମିଳନ ଅବସରରେ ବୃକ୍ଷ ରୋପଣ କରାଯାଇଛି । ବାଣପୁର ସ୍ଥିତ ଶୁଭ ମଙ୍ଗଳ କଲ୍ୟାଣୀ ମଣ୍ଡପ ଠାରେ ମା ଭଗବତୀ କଳା ନିକେତନର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମା ଭଗବତୀ କଳା ନିକେତନ ପକ୍ଷରୁ ବୃକ୍ଷ ରୋପଣ କରି ସମାଜ ପାଇଁ ଏକ ନୁଆ ବାର୍ତ୍ତା ଦେଇଛନ୍ତି l ସଙ୍ଗୀତ, ନୃତ୍ୟ, ନାଟକ ଏବଂ ଚିତ୍ରାଙ୍କନ କ୍ଷେତ୍ରରେ କୋମଳମତି ଶିଶୁ ମାନେ କିପରି ବିକଶିତ ହୋଇପାରିବେ ଏବଂ କଳାନିପୁଣତା ରେ ପାରିଦର୍ଶିତା ଲାଭ କରିବା ଉପରେ ମା ଭଗବତୀ କଳାନିକେତନ ସମ୍ପାଦିକା ବିଷ୍ଣୁ ପ୍ରିୟା ବାରିକ ଏବଂ ଉପସଭାପତି ସୁଶାନ୍ତ କୁମାର ଦାଶ ଗୁରୁତ୍ଵାରୋପ କରିଥିଲେ l

Leave a Reply

Your email address will not be published. Required fields are marked *