ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଠିକାଦାର ଙ୍କୁ ଗାଳି ଗୁଲଜ କରିବା ଅଭିଯୋଗ ରେ ବାଣପୁର ନଗରପାଳ ମିଟୁ ନାୟକ ଙ୍କ ବିରୋଧ ରେ ବାଣପୁର ଥାନାରେ ଅଭିଯୋଗ ହୋଇଥିବା ବେଳେ, ନଗରପାଳ ମିଟୁ ନାୟକ ଲଷ୍ମୀଧର ସେଠି ଙ୍କ ନାମରେ ପାଲଟା ଅଭିଯୋଗ ହୋଇଛି l ଏ ନେଇ ଉଭୟଙ୍କ ପକ୍ଷରୁ ୨ ଟି କେସ ପୃଥକ ପୃଥକ ରୁଜୁ ହୋଇଛି l ବାଣପୁର ପୋଲିସ ତଦନ୍ତ ଅବ୍ୟାହତ ରଖିଥିବା ବେଳେ ଅଞ୍ଚଳରେ ରାଜନୈତିକ ଉଷ୍ମତା ପୁନଃ ଦେଖିବାକୁ ମିଳିଛି l ଅଭିଯୋଗ ମୁତାବକ ଠିକାଦାର ଲଷ୍ମୀଧର ସେଠି ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଏକ ୱାର୍ଡ ରେ ଫେବର ବ୍ଲକ ରୋଡ଼ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ l ତେବେ କାର୍ଯ୍ୟ ସାରିବା ପରେ ବିଲ କରେଇଦେବା ପାଇଁ ନଗରପାଳ ତାଙ୍କୁ ପିସି ମାଗିବା ସହ ଗାଳି ଗୁଲଜ କରିବା ଓ ଧମକ ଦେବା ଭଳି ଆରୋପ ଲଗାଇ ଅଭିଯୋଗ ହୋଇଛି l ଏପଟେ ଅନୁରୂପ ଭାବେ ନଗରପାଳ ମିଟୁ ନାୟକ ସେଠୀଙ୍କ ନାମରେ ପାଲଟା ଅଭିଯୋଗ ହୋଇଛି l ଅଭିଯୋଗ ମୁତାବକ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ନିର୍ଦ୍ଦେଶ କ୍ରମେ ଲଷ୍ମୀଧର ମିଟୁଙ୍କୁ ଗାଳିଗୁଲଜ କରିବା ସହ ବଳାତ୍କାର କେସ ରେ ଫସାଇବା, ହତ୍ୟା ଅଦି ଧମକ ଦେଇଥିବା ସଙ୍ଗିନୀ ଅଭିଯୋଗ କରିଛନ୍ତି l ତେବେ ଉଭୟଙ୍କ ମଧ୍ୟରେ ବୁଝାମଣା କରିବା ପାଇଁ ଉଦ୍ୟମ ଜାରି ରଖିଥବା ବେଳେ, ସୋମବାର ଦିନ ୧୮୩/୨୩ଏବଂ ୧୮୪/୨୩ନମ୍ବର ରେ ଦୁଇଟି ପୃଥକ ପୃଥକ କେସ ରୁଜୁ ହୋଇଛି l ଠିକାଦାର ଲଷ୍ମୀଧର ସେଠି ଓ ନଗରପାଳ ମିଟୁ ନାୟକ ଉଭୟ ବିଜେଡି ସମର୍ଥକ ହୋଇଥିବା ବେଳେ ଚିଲିକା ନିର୍ବାଚନ ମଣ୍ଡଳୀର ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି l ତେବେ ଆଗକୁ ସାଧାରଣ ନିର୍ବାଚନ ପାଖେଇ ଆଉସୁଥିବା ବେଳେ ଏସବୁକୁ ଦେଖିଲେ ବିଜେଡି ସମର୍ଥନ ଥିବା ଲୋକେ ଅସନ୍ତୋଷ ଦେଖିବାକୁ ମିଳିଛି l ପ୍ରକୃତରେ କହିବାକୁ ଗଲେ ପୁଙ୍ଖାନୁପୁଙ୍ଖ ଭାବରେ ଯଦି ଉଚ୍ଚସ୍ଥରୀୟ ତଦନ୍ତ ହୁଏ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି l
ବାଣପୁର ରେ ବିଜେଡି ଗୋଷ୍ଠୀ କନ୍ଦଳ : ଉଭୟ ପକ୍ଷରୁ ଥାନାରେ ଦୁଇଟି ମାମଲା ରୁଜୁ !!!

