ଜନ୍ମ ଦିନରେ ରକ୍ତଦାନ !!!

0
103

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ପରିସରରେ ଆଞ୍ଚଳିକ ବିକାଶ ପରିଷଦ ର ସମ୍ପାଦକ ଏବଂ ମିଶନ ରକ୍ତଦାନ ର ଉପଦେଷ୍ଟା ଅରୁଣ ପୁରୋହିତ ଙ୍କ ଜନ୍ମ ଦିବସ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ନିର୍ଦ୍ଦେଶକ ଡ ଦେବାଶିଷ ମିଶ୍ର ଉଦ୍ଘାଟନ କରିଥିଲେ । ଯୁବ ନେତା ବାବୁ ସିଂ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସତ୍ୟ ସୁନ୍ଦର ଦାସ, ଗୁନୁ ଆଚାର୍ଯ୍ୟ, ନିରଞ୍ଜନ ପଟ୍ଟନାୟକ ଏବଂ ହର ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here