ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାର ମାସ ରେ ତେର ପର୍ବ ! ଓଡିଶାର ବିଭିନ୍ନ ଜାଗାରେ ପୂଜା ଓ ଓଷା ମଧ୍ୟ ପାଳିତ ହୋଇଥାଏ l ସେଥି ମଧ୍ୟ ଵିବାହିତ ନାରୀମାନଙ୍କ ବଡ଼ ଓଷା ହେଉଛି ସାବିତ୍ରୀ ବ୍ରତ l ନାରୀମାନଙ୍କ ସ୍ୱାମୀ ଙ୍କ ରକ୍ଷା କବଚ ହେଉଛି ନିଜ ଧର୍ମପତ୍ନୀ l ସତ୍ୟବାନ ଓ ସାବିତ୍ରୀ ଙ୍କ କାହାଣୀ କାହାକୁ ଅଛପା ନାହିଁ, ସମସ୍ତେ ଜାଣନ୍ତି l ଦିନେ କାଠ ପାଇଁ ସତ୍ୟବାନ ଜଙ୍ଗଲ କୁ ଯାଇଥିଲେ, ସେ ଏକ ଗଛ ଉପରେ ଛିଡା ହୋଇ କାଠ ହାଣୁଥିବା ବେଳେ ଗଛରୁ ତଳେ ପଡିଗଲେ, ଯମ ଦଣ୍ଡ ଲାଗିବା ହେତୁ ତାଙ୍କର ଅକାଳ ମୃତ୍ୟୁ ହୋଇଥିଲା ! କିନ୍ତୁ ଯମଙ୍କ ହାତରୁ ନିଜ ସ୍ୱlମୀଙ୍କୁ ମୁକୁଳେଇବା ରେ ସାବିତ୍ରୀ ଙ୍କ ମୁଖ୍ୟ ଭୂମିକା ରହିଥିବା କାହାଣୀ ସମସ୍ତେ ଜାଣନ୍ତି l ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଏହିପୂଜା ସମସ୍ତ ବିବାହିତା ନାରୀମାନେ ପାଳନ କରନ୍ତି l କିନ୍ତୁ ଏଠି ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଉମା ମହେଶ୍ୱେର ମନ୍ଦିର ପରିସରରେ ଦେଖିବାକୁ ମିଳୁଛି କିନ୍ନର ମାନଙ୍କ ଦ୍ୱlରl ନିଆରା ପୂଜା ! ମନ୍ଦିର ରେ ପୂଜା କରିବା ଓ ସାବିତ୍ରୀ ପାଳନ କରିଥିଲେ କିନ୍ନର l ନିଜେ ସାଜ ସଜା ସହିତ ରୀତିନୀତି ଅନୁଯାଇ ସାବିତ୍ରୀ ଓଷା ପରମ୍ପରା କୁ ପାଳନ କରିଥିଲେ l
ବାଲୁଗାଁ ଉମା ମହେଶ୍ୱେର ମନ୍ଦିର ପରିସରରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ !!!

