ମହିଳାଙ୍କୁ ସ୍ୱାବଲମ୍ବୀ କରାଇବ କଷ୍ଟମ ହାୟରିଂ କେନ୍ଦ୍ର !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଗ୍ରାମଞ୍ଚଳ ର ମହିଳା ମାନେ ସ୍ୱାବଲମ୍ବି ହେବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ କିଛି ଯୋଜନା ହାତକୁ ନେଉଛନ୍ତି । ମହିଳାଙ୍କ ସଶକ୍ତିକରଣ ପାଈଁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ନୂଆଦିଲ୍ଲୀ ଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ନେଇ ପ୍ରସିଦ୍ଧ ସଖିବଟ ଠାରେ ଏକ କଷ୍ଟମ ହାୟରିଂ କେନ୍ଦ୍ର ର ଉଦଘାଟନ ହୋଇଯାଇଛି । ଗ୍ରାମଞ୍ଚଳ ର ମହିଳା ଙ୍କ ପରସ୍ପର ମଧ୍ୟରେ ସହଯୋଗ ରହିଲେ ମହିଳା ସଶକ୍ତିକରଣ ଲକ୍ଷ୍ୟ ସଫଳ ହେବ । ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନେ ନିଷ୍ଠା ଓ ଏକାଗ୍ରତା ରଖି କାମ କରିଲେ କାମ ସହଜ ହୋଇଥାଏ । ମିଳୁଥିବା ସୁଯୋଗର ସଦୁପଯୋଗ କଲେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ନୂଆ ସମ୍ଭାବନା ସୃଷ୍ଟି ହେବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ ମାନେ । ବିଶେଷ କରି କେନ୍ଦ୍ରାପଡା ବ୍ଲକ ବଗଡ଼ା ପଞ୍ଚାୟତର କଚେରୀପଡା ଗ୍ରାମର ଦଳିତ ମହିଳା ମାନଙ୍କୁ ନେଇ ସ୍ୱୟଂ ସହାୟକ ଗୋଷ୍ଠୀ ସାହାଯ୍ୟ ରେ କିପରି ମହିଳା ମାନେ ସ୍ୱାବଲମ୍ବି ହୋଇ ପାରିବେ ସେଥିପ୍ରତି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ନୂଆଦିଲ୍ଲୀ ଅଧିନସ୍ଥ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ ଭୁବନେଶ୍ୱର ଦ୍ୱାରା ଆରମ୍ଭ ହୋଇଛି ପ୍ରଚେଷ୍ଟା । କେନ୍ଦ୍ରାପଡା ବ୍ଲକ ବଗଡ଼ା ପଞ୍ଚାୟତ କଚେରୀପଡା ଗ୍ରାମରେ ଦଳିତ କୃଷି ମହିଳାଙ୍କ ସଶକ୍ତିକରଣ ପାଇଁ ଏକ ” କଷ୍ଟମ ହାୟରିଂ ” କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନ ଅଵସର ରେ ଏହି କଷ୍ଟମ ହାୟରିଂ କେନ୍ଦ୍ର କିପରି ଦଳିତ ମହିଳା ଚାଷୀ ମାନଙ୍କ ସଶକ୍ତିକରଣ କରିପାରିବ ଓ ସେମାନଙ୍କ ର ଆର୍ଥିକ ଉନ୍ନତି ରେ ସାହାଯ୍ୟ କରିବ ସେହି ବିଷୟରେ ସୁଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ । ଅନେକ ସମୟରେ କୌଣସି ସୁବିଧା ନପାଇ ଗ୍ରାମଞ୍ଚଳ ର ଚାଷୀମାନେ ଚାଷ କାର୍ଯ୍ୟ କରିବା ପାଇଁ ନିଜ ହାତ ତିଆରି କୃଷି ଉପକରଣ ବ୍ୟବହାର କରି ଆସୁଥିଲେ । ଏବେ କିନ୍ତୁ ଏହି କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ ଭୁବନେଶ୍ୱର ଦ୍ୱାରା ଗ୍ରାମଞ୍ଚଳର କୃଷି ପରିବାର ସହଜରେ କୃଷି ଯନ୍ତ୍ରପାତି ଏହି କେନ୍ଦ୍ର ମାଧ୍ୟମରେ ପାଇ ପାରିବେ । ସେଥିପାଈଁ ତୈଳପେଡା ଯନ୍ତ୍ର, ପାଣିପମ୍ପ ସ୍ପେୟାର, ବିହନ ବିଶୋଧନ ଯନ୍ତ୍ର ଆଦି କୃଷି ଯନ୍ତ୍ରପାତି ମହିଳା ମାନଙ୍କୁ ପ୍ରଦାନ କରାଯାଇଛି । ଏହି କଷ୍ଟମ ହାୟରିଂ କେନ୍ଦ୍ର ସାହାଯ୍ୟ ରେ ମହିଳା ମାନଙ୍କ ବିକାଶ ପାଇଁ ଭାଗୀଦାରୀ ହିସାବରେ ICAR – CIWA ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏକ ସର୍ତ୍ତ ଭିତ୍ତିକ ସର୍ତ୍ତବଳୀରେ ସ୍ବେଛାକୃତ ସ୍ବାକ୍ଷର କରିଥିଲେ । ମହିଳା ମାନେ ଏହି କୃଷି ଯନ୍ତ୍ରପାତି ଗୁଡିକର ଦାୟିତ୍ୱ ନେବା ସହ କିପରି ବ୍ୟବହାର କରିବେ ତାହା ପ୍ରଶିକ୍ଷଣ ଦେବା ସହ ସଂସ୍ଥା ର ପ୍ରଧାନ ବୈଜ୍ଞାନିକ ଜଣାଇଥିଲେ । ଏହି ସଂସ୍ଥା ସାହାଯ୍ୟ ରେ କଚେରୀପଡା ଅଞ୍ଚଳର ମହିଳା ମାନେ ନିଜ ପରିବାର ପ୍ରତିପୋଷଣ କରିବା ସହ ଆର୍ଥିକ ଅନାଟନ ଦୂରହେବ ଏବଂ ଦେଶ ତଥା ରାଜ୍ୟ ରେ ଏକ ଆଦର୍ଶ ବ୍ଲକ ଭାବେ ପରିଗଣିତ ହେବ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ଆଶା ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *