ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବହାନି ପଛରେ ହାତ କାହାର ???

Spread the love

ଉମରକୋଟ ( ଆୱାଜ ମିଡ଼ିଆ ) – ବିଜୟଲତା ପାଣିଗ୍ରାହୀ : ଭାରତ ସରକାରଙ୍କ ଭାରତମାଳା ପରିକଳ୍ପନାରେ ଓଡିଶାର ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ବ୍ଲକ ବେହେଡା ପଞ୍ଚାୟତରେ ଥିବା କେଶରାବେଡା ଠାରେ ଚାଲିଛି ରାସ୍ତା କାମ ! ନିର୍ମାଣ କାମ ପାଇଁ ଦରକାର ପଡୁଥିବା ମେଟାଲ, ଚିପ୍ସ ଓ ଵଜୂରୀ ପାଇଁ ନିକଟରେ ଥିବା ବଡ ବଡ ଜଙ୍ଗଲକୁ ଟାର୍ଗେଟ କରି ଚୋରାରେ ପଥରଖଣି ଖୋଳା ଯାଉଛି ! ଉମରକୋଟ ବ୍ଲକ ଅନ୍ତର୍ଗତ ବୁର୍ଜା ପଂଚାୟତର ସିର୍ଲିଗୁଡାରେ ପାହାଡକୁ ବିସ୍ଫୋରକ ଲଗାଇ ଫଟେଇ ଦିଆଯାଇ ପାହାଡ ଭଳି କଞ୍ଚାମାଲ ଗଛିତ କରି ରଖାଯାଇଥିବା ବେଳେ ବେହେଡା ପଂଚାୟତର କେଶରାବେଡାରେ ଜନବସତି ନିକଟରେ ମାଟି ଖୋଳି ତାପରେ ମେସିନ ଲଗାଇ ପଥରରେ କଣା କରି ତା ଭିତରେ ବିସ୍ପୋରକ ଭର୍ତ୍ତିକରି ଫଟାଯାଉଛି ! ଏହି ରାସ୍ତାଟି ଛତିଶଗଡ଼ ରୁ ଓଡିଶା ଦେଇ ଆନ୍ଧ୍ରପ୍ରଦେଶ କୁ ଯୋଡିବ ! କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ ପରିବେଶ କିମ୍ବା ଜଙ୍ଗଲକୁ ସେଥିପାଇଁ ଜଳାଞ୍ଜଳି ଦେଇ କିଛି ସ୍ୱାର୍ଥପର ପ୍ରଶାସନିକ ଅଧିକାରୀ ମୋଟା ଅଙ୍କର ଅର୍ଥ ନେଇ ଭିତିରିଆ ଭାବେ ପଥରଖଣି ରୁ କୋଟି କୋଟି ଟଙ୍କାର ସରକାରୀ ରାଜସ୍ବକୁ ଟେକି ଦେଇଛନ୍ତି ପିଆରଏ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ର ଠିକାଦାରଙ୍କୁ ! ଚଳିତ ମାସ ୧୨ ତାରିଖ ଦିନ ଏନେଇ ଉମରକୋଟ ତହସିଲଦାର ତୁଳା ମୁଦୁଲି ଓ ରେଞ୍ଜର ଅନୁପ ସିଂ ପୂଜାରୀ ଙ୍କୁ ଭେଟି ଅଭିଯୋଗ କରିଥିଲେ ସ୍ଥାନୀୟ ବାସିନ୍ଦା ! ରେଞ୍ଜର ଉକ୍ତ ସ୍ଥାନକୁ ଯାଇ କମ୍ପାନୀ କର୍ମଚାରୀ ସନ୍ତୋଷ ସିଂ ଙ୍କୁ କାମ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ ! କିନ୍ତୁ ୧୩ ତାରିଖ ସନ୍ଧ୍ୟା ସମୟରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ପିଆରଏ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ର ଅଫିସକୁ ଯାଇ କିଛି କଥାବାର୍ତ୍ତା ହୋଇ ନବରଙ୍ଗପୁର ଫେରି ଯାଇଥିଲେ ! ଠିକ ତା ପରଦିନ ସକାଳୁ ଭାରତମାଳା କାମ କରୁଥିବା ପିଆରଏ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ର ଦୁଇ ଜଣ କର୍ମଚାରୀ ସଂଜୀବ ତ୍ରିପାଠୀ ଓ ସନ୍ତୋଷ ସିଂ ନବରଙ୍ଗପୁର ଯାଇ ଉପଜିଲ୍ଲାପାଳ ଙ୍କୁ ଭେଟିଥିବା କଥା କହିଥିଲେ ! ଏଠି ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ କିଛି ମୋଟା ଅଙ୍କର ଭିତିରିଆ କାରବାର ହୋଇନାହିଁ ତ ? ଯଦି କିଛି ନିଆ ଦିଆ ନହୋଇଛି ରେଞ୍ଜର କାମ ବନ୍ଦ କରିବାକୁ ଆଦେଶ ଦେବା ପରେ ମଧ୍ୟ ଦିନ ଦ୍ବିପହରରେ ବେଫିକର ହୋଇ କାମ ଚାଲିଛି କେମିତି ?ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ଆସି କଣ ତଦାରଖ କରି ଗଲେ ? ଘଟଣା କୁ ନେଇ ସାଧାରଣରେ ଉଠିଥିବା କିଛି ପ୍ରଶ୍ନ ହେଲା ପିଆରଏ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼କୁ ପରିବେଶ ସୁରକ୍ଷା ପକ୍ଷରୁ କିଛି ପତ୍ର ଦିଆଯାଇଛି କି ? ଜଙ୍ଗଲ ବିଭାଗ ତରଫରୁ କିଛି ଅନୁମତି ପତ୍ର ଦିଆଯାଇଛି କି ? ଏନଓସି ନଥାଇ ଜନ ବସତି ନିକଟରେ ପଥର ଫଟା କାମ ଚାଲିଛି କେମିତି ? ଉମରକୋଟ ତହସିଲଦାର ତୁଳା ମୁଦୁଲି, ଉମରକୋଟ ରେଞ୍ଜର ଅନୁପ ସିଂ ପୂଜାରୀ ,ନବରଙ୍ଗପୁର ଡିଏଫଓ ପ୍ରସନ୍ନ କୁମାର ବେହେରା ,ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ, ଜିଲ୍ଲାପାଳ କମଳଲୋଚନ ମିଶ୍ରଙ୍କୁ କଣ କିଛି ଉଚ୍ଚସ୍ତରୀୟ ଚାପ ପଡୁଛି କି ? ସରକାରଙ୍କ ପ୍ରାୟ ପନ୍ଦର କୋଟି ରୁ ଉର୍ଦ୍ଧ ରାଜସ୍ବହାନି ପାଇଁ ଦାୟୀ କିଏ ? ପିଆରଏ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ କମ୍ପାନୀର କର୍ମଚାରୀ ସଂଜୀବ ତ୍ରିପାଠୀଙ୍କୁ ଏନଓସି ବିଷୟରେ ପଚାରିବାରୁ ଆପଣ ମାନେ ଜିଲ୍ଲାପାଳଙ୍କ ଅଫିସ ଯାଇ ସେଇଠୁ କାଗଜ ପତ୍ର ମାଗନ୍ତୁ ବୋଲି କହିବା କେତେଦୂର ଯଥାର୍ଥ ? କେଶରାବେଡା ରେ ଥିବା ସଂରକ୍ଷିତ ଜଙ୍ଗଲରେ ଅନୁସୂଚିତ ଜାତି ଓ ଅନ୍ୟ ପାରମ୍ପରିକ ଜଙ୍ଗଲ ବାସିନ୍ଦା (ଜଙ୍ଗଲ ଅଧିକାର ଆଇନ -୨00୭ ଅନୁଯାୟୀ ସୋନୁ ପରଜା, କମଳସାଇ ପରଜା ଓ ରାଜୁ ପରଜାଙ୍କୁ ଦିଆଯାଇଥିଲା ? ଜଙ୍ଗଲ ଜମି ହସ୍ତାନ୍ତର ଯୋଗ୍ୟ ହୋଇନଥିବା ବେଳେ କେଉଁ ପରିସ୍ଥିତି ରେ ଉକ୍ତ ଜାଗା ଗୁଡିକ ପିଆରଏ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ କୁ ଟେକି ଦିଆଗଲା ତାହା ତଦନ୍ତ ସାପେକ୍ଷ ! ଜିଲ୍ଲାରେ ଚାଲିଥିବା କୋଟି କୋଟି ଟଙ୍କାର ହେରଫେର ଘଟଣା ଜିଲ୍ଲପାଳଙ୍କ ଜାଣତରେ ହେଉନାହିଁ ତ ?

Leave a Reply

Your email address will not be published. Required fields are marked *