ବାଙ୍କୀ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : କଟକ ଜିଲ୍ଲା ବାଙ୍କୀ ବ୍ଲକ ଜଗନ୍ନାଥପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଭୂମିକା ଚାରିଟେବୁଲ୍ ଟ୍ରଷ୍ଟ ଓ କଟକ ଅର୍ବାନ୍ ମଲ୍ଟି ସ୍ପେଶିଆଲିଷ୍ଟ୍ ଚିକିତ୍ସାଳୟ ମିଳିତ ଆନକୁଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଡାକ୍ତର କିଶୋର ଚନ୍ଦ୍ର ମହାନ୍ତି ଓ ଟେକ୍ନିସିଆନ୍ ବିଭୂତି ସାହୁ, ମେଡିକାଲ୍ର ମୁଖ୍ୟ ମନୋଜ ମହାନ୍ତି ପ୍ରମୁଖ ୬୦ ଜଣ ରୋଗୀଙ୍କର ଚକ୍ଷୁ ପରୀକ୍ଷା କରି ଆବଶ୍ୟକୀୟ ଔଷଧ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗ୍ରାମ୍ୟ କମିଟି ସଭାପତି ରଘୁନାଥ ସାହୁ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରବିନରାୟଣ ମଙ୍ଗରାଜ, ଉଦୟନାଥ ବେହେରା, ଚନ୍ଦ୍ରମଣି ଦଳବେହେରା, ବିରଞ୍ଚି ନାରାୟଣ ସାହୁ, ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ଶୁଭେନ୍ଦୁ ସାହୁ, ଭୂମିକା ଚାରିଟେବୁଲ୍ ଟ୍ରଷ୍ଟ୍ର ସଭାପତି ପ୍ରଦୀପ ସାହୁ , ଗୋବିନ୍ଦ ତ୍ରିପାଠୀ, ସୂର୍ଯ୍ୟମଣି ସାହୁ, ପ୍ରଶାନ୍ତ କୁମାର ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସହଯୋଗ କରିଥିଲେ ।