ବାଣପୁର ରେ ଆୟୋଜିତ ହେବାକୁ ଯାଉଛି ମାଗଣା ସ୍ୱାସ୍ଥ୍ୟ ସେବା ଶିବିର !!!

0
714

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆସନ୍ତା ଜୁନ ମାସ ୧ ତାରିଖ ଗୁରୁବାର ଦିନ ବାଣପୁର ଠାରେ ଆୟୋଜିତ ହେବାକୁ ଯାଉଛି ମାଗଣା ସ୍ୱାସ୍ଥ୍ୟ ସେବା ଶିବିର। ବାଣପୁର ବାଲୁଗାଁ ଚିଲିକା ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଙ୍ଗଠନ ୪୯୯ ଗ୍ରୁପ ଓଡ଼ିଶା ଓ ଜୟ ହିନ୍ଦ୍ ସେବା ଫାଉଣ୍ଡେସନ ମିଳିତ ଆନୁକୁଲ୍ୟରେ ଆଇ.ଜି.କେ.ସି ମଲ୍ଟି ସ୍ପେସିଆଲଟି ହସ୍ପିଟାଲ ଭୁବନେଶ୍ଵର ଦ୍ଵାରା ଙ୍କ ଦ୍ଵାରା ଆସନ୍ତା ଗୁରୁବାର ଦିନ ସକାଳ ୧୦ ଘଟିକା ଠାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ବାଣପୁର ପଲଟଣ ପଡିଆ ସ୍ଥିତ ସହିଦ କୃତିବାସ ଭବନ ପରିସରରେ ଆୟୋଜିତ ହେବାକୁ ଯାଉଛି । ଏହି ସ୍ୱାସ୍ଥ୍ୟ ଶିବିରରେ ମଧୁମେହ / ଡାଇବେଟିସ୍ ବିଭାଗ ଡାକ୍ତରଙ୍କ ଦ୍ଵାରା ବାରମ୍ବାର ପରିସ୍ରା ଲାଗିବା, ହଠାତ୍ ଓଜନ ହ୍ରାସ ପାଇବା, ଦୀର୍ଘ ଦିନଧରି ଘା ନସୁଖିବା, ଅତ୍ୟଧିକ ଭୋକ ଲାଗିବା ଭଳି ରୋଗର ଚିକିତ୍ସା କରାଯିବ। ଅସ୍ଥି ଓ ଶଲ୍ୟ ବିଭାଗ ଡାକ୍ତରଙ୍କ ଦ୍ଵାରା ଆଣ୍ଠୁ ଓ ଗଣ୍ଠି ରେ ଯନ୍ତ୍ରଣା ଅନୁଭବ କରିବା ଓ ଅଣ୍ଟାରେ ଯନ୍ତ୍ରଣା ଅନୁଭବ କରିବା ଭଳି ରୋଗର ଚିକିତ୍ସା ହୃଦରୋଗ ବିଶେଷଜ୍ଞ ଡାକ୍ତରଙ୍କ ଦ୍ଵାରା ଛାତିରେ ଯନ୍ତ୍ରଣା ଅନୁଭବ କରିବା, ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା, ପାଦ ଫୁଲିବା ଓ କ୍ଲାନ୍ତି ଅନୁଭବ କରିବା ଭଳି ରୋଗ ମାନଙ୍କର ମାଗଣା ଚିକିତ୍ସା କରାଯିବ। ଏହି ସ୍ୱାସ୍ଥ୍ୟ ଶିବିରରେ ଯେଉଁ ମାନେ ଚିକିତ୍ସା ନିମନ୍ତେ ଆସିବେ ସାଙ୍ଗରେ ନିଜର ଆଧାର କାର୍ଡ , ଭୋଟ ପରିଚୟ ପତ୍ର କିମ୍ବା ରାସନ କାର୍ଡ ନେଇ ଆସିବାକୁ ସଙ୍ଗଠନ ପକ୍ଷରୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here