ଚାକିରୀ ପାଇଁ ବିଫଳ ହେବାରୁ ରେଳ ଧାରଣା କୁ ଡେଇଁ ଆତ୍ମହତ୍ୟା : ମୃତଦେହ ଉଦ୍ଧାର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଡେଙ୍ଗେରାଗୋଡ଼ି ଠାରେ ରେଳ ଧାରଣା ରେ ଜଣେ ଯୁବତୀ ଙ୍କ ମୃତ୍ୟୁ ଘଟିଛି । ଯୁବତୀ ଜଣକ ଆନନ୍ଦ ଚନ୍ଦ୍ର ପରିଡା ଝିଅ ପୂଜାରଣୀ ପରିଡ଼ା , ବୟସ ୨୧ ବର୍ଷ ! ମୃତା ଯୁବତୀଙ୍କ ଘର ନାଟୁଗାଁ ବୋଲି ପୋଲିସ ସୂତ୍ର ରୁ ପ୍ରକାଶ । ଯୁବତୀ ଜଣକ ନାଲି ଓ କଳା ରଙ୍ଗର ପୋଷାକ ପରିଧାନ କରିଥିବା ଦେଖାଯାଇଛି । ଟ୍ରେନ ଧକ୍କା ରେ ତାଙ୍କ ମୁହଁ ପୁରା ନଷ୍ଟ ହୋଇଯାଇଛି । ଆରପିଏଫ୍ କର୍ମଚାରୀ ଏବଂ ଇଟାମାଟି ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛନ୍ତି । ଶବ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପୋଲିସ ସୂତ୍ର ରୁ ଜଣାପଡିଛି । ସେ ଚାକିରି ପରୀକ୍ଷା ରେ ବିଫଳ ହେବାରୁ ଆତ୍ମହତ୍ୟା କରିଛନ୍ତି ବୋଲି ଝିଅ ର ବାପା ପୋଲିସ ପାଖ ରେ ବୟାନ ଦେଇଛନ୍ତି !

Leave a Reply

Your email address will not be published. Required fields are marked *