ବାଣପୁର ଠାରେ ମାଗଣା ସ୍ବାସ୍ଥ୍ୟ ସେବା ପରାମର୍ଶ ଶିବିର ଅନୁଷ୍ଠିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଐତିହାସିକ ପଲଟଣ ପଡ଼ିଆ ସ୍ତିତ ର ସହିଦ୍ କୃତିବାସ ସ୍ମୃତି ଭବନ ପରିସରରେ ବାଣପୁର-ବାଲୁଗାଁ-ଚିଲିକା ଅଞ୍ଚଳର ଅଗ୍ରଣୀ ସାମାଜିକ ସେବା ଅନୁଷ୍ଠାନ ଟିମ୍ ୪୯୯ ଓଡ଼ିଶା ଖୋର୍ଦ୍ଧା ଜିଲ୍ଲା ଓ ଜୟ ହିନ୍ଦ୍ ସେବା ଫାଉଣ୍ଡେସନ ମିଳିତ ଆନୁକୁଲ୍ୟରେ ଏକ ମାଗଣା ସ୍ବାସ୍ଥ୍ୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ସ୍ୱାସ୍ଥ୍ୟ ଶିବିରରେ ବାଣପୁର ବାଲୁଗାଁର ଆଖ ପାଖ ଓ ସ୍ଥାନୀୟ ଅଞ୍ଚଳର ଦୁଇଶହ ରୋଗୀ ଆସି ମାଗଣା ରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରେଇବା ସହିତ ସ୍ୱାସ୍ଥ୍ୟ ସମ୍ବଦ୍ଧିୟ ତଥ୍ୟ ଓ ପରାମର୍ଶ ପାଇବା ସହିତ ଔଷଧ ପାଇଥିଲେ । ଏହି ଅବସରରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ବାସ୍ଥ୍ୟ ଶିବିରକୁ ଉଦ୍ଘାଟନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟ ଟିମ୍ ୪୯୯ ଓଡ଼ିଶା ଖୋର୍ଦ୍ଧା ଜିଲ୍ଲା ସଭାପତି ରାକେଶ ସାହୁ, ଉପସଭାପତି ଦିଲ୍ଲୀପ କୁମାର ସ୍ବାଇଁ, ସମ୍ପାଦକ ନାରାୟଣ ସାହୁ, ସହ ସମ୍ପାଦକ ବଇକୁଣ୍ଠ ନାଥ ପ୍ରଧାନ, ଟିମ୍ ସଦସ୍ୟ ପ୍ରଶାନ୍ତ ସାହୁ, ଜୟ ହିନ୍ଦ୍ ସେବା ଫାଉଣ୍ଡେସନ ସଭାପତି ସେକ କୌଶର, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଟିମ୍ ୪୯୯ ଓଡ଼ିଶାର ସଦସ୍ୟ ମହେଶ୍ୱର ଜେନା । ସ୍ୱାସ୍ଥ୍ୟ ସେବା ଶିବିର ପାଇଁ ଭୁବନେଶ୍ଵର ରୁ ଆସିଥିବା ଡାକ୍ତର ଡ:ଦେବାଶିଷ ଷଡଙ୍ଗୀ , ଦିବ୍ୟଜିତି ସାହୁ , ଡ. ରମେଶ ଚନ୍ଦ୍ର ସ୍ଵାଇଁ ସମେତ ୭ଜଣିଆ ଡାକ୍ତରୀ ଟିମ୍ ଦୁଇ ଅନୁଷ୍ଠାନ ର କର୍ମ କର୍ତ୍ତା ଯୋଗ ଦେଇଥିଲେ । ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ସ୍ଥାନୀୟ ଅଞ୍ଚଳର ଉନ୍ନତି ସହିତ ଆୟୋଜକ ମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥଲେ । ସଭା ପରିଶେଷରେ ବାଣପୁର ବାଲୁଗାଁ ଅଞ୍ଚଳର କିଛି ଯୁବ ସ୍ବେଚ୍ଛାସେବୀ ମାନଙ୍କୁ ଟିମ୍ ତରଫରୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଟିମ୍ ୪୯୯ ଓଡ଼ିଶାର ସଦସ୍ୟ ଶକ୍ତି ପ୍ରସାଦ ମିଶ୍ର, ମୋନାଲିସା ରାଉତ, ଜୁନାଲି ସୁର ସଭା କାର୍ଯ୍ୟରେ ସହଯୋଗ କରିଥିଲେ।।

Leave a Reply

Your email address will not be published. Required fields are marked *