ଭୁବନେଶ୍ବର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବାହାନଗା ଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ମୃତକଙ୍କ ପରିବାର ସହ ସାରା ଦେଶ ଠିଆ ହୋଇ ଥିବା ବେଳେ ଆହତଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିବାକୁ ଲୋକମାନେ ଆଗେଇ ଆସୁଛନ୍ତି । ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରି ମହାତ୍ମାଗାନ୍ଧୀ ମାର୍ଗରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଥିଲା । ପ୍ରଥମେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହ ଆହତ ମାନଙ୍କ ଆଶୁ ଆରୋଗ୍ୟ କରି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ରକ୍ତଦାନ ପାଇଁ ସ୍ୱତପ୍ରବୃତ ଭାବେ ଆଗେଇ ଆସିବାକୁ ଜନସାଧାରଣଙ୍କୁ ଆହ୍ବାନ କରାଯାଇଥିଲା । ପରିଷଦର କର୍ମକର୍ତ୍ତା ସୁକାନ୍ତ ମହାନ୍ତି, ମନୋରଞ୍ଜନ ଦାଶ, ଅବିନାଶ ଦାସ, ଅସିତ୍ ଜେନା, ଦୀନବନ୍ଧୁ ଷଡଙ୍ଗୀ, ଜୟପ୍ରଦା ସାମନ୍ତରାୟ, ରଞ୍ଜନ କର , ସଞ୍ଜୟ ପରିଡ଼ା, ପ୍ରଶାନ୍ତ ମହାପାତ୍ର, ଅରୁଣ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
ରେଳ ଦୁର୍ଘଟଣା ରେ ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ ସହ ପ୍ରାର୍ଥନା !!!

