ବାଣପୁର ବାଲୁଗାଁ ଅଞ୍ଚଳରେ ବିଦ୍ୟୁତ କାଟ ଯୋଗୁ ଜନ ଅସନ୍ତୋଷ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବାଲୁଗାଁ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ କୁ ନେଇ ଦେଖା ଦେଇଛି ଘୋର ଜନ ଅସନ୍ତୋଷ ! ବାରମ୍ବାର ବିନା ଖବରରେ ବିଦ୍ୟୁତ କାଟିବା ଯୋଗୁଁ ଗାଁ ଠାରୁ ସହର ସବୁଠି ଅସନ୍ତୋଷ ବଢ଼ିବାରେ ଲାଗିଛି l ଅସହ୍ୟ ଗରମ ଓ ଗୁଳୁ ଗୁଳି ଯୋଗୁଁ ଘରେ ହେଉବା ବାହାରେ ରହିବା ଅସମ୍ଭବ ହୋଇ ପଡୁଥିବା ବେଳେ ରାତ୍ରି ରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟିବା ର କlରଣ କ’ଣ ହୋଇପାରେ ? ସମୟ ପଡ଼ିଲେ ରାତିରେ ଘଣ୍ଟା କଣ୍ଟା ଦେଖି ଦିନ ଦଶଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟି ଫୋନ କଲା ପରେ ଆସି ବିଦ୍ୟୁତ ସଂଯୋଗ କରନ୍ତି । ସମ୍ଭବତଃ ବିଦ୍ୟୁତ କାଟି ଅନ୍ୟତ୍ର ସପ୍ଲାଇ କରି ମାଲେ ମାଲ ହେଉନାହାନ୍ତି ତ ବିଭାଗ କର୍ମଚାରୀ ମାନେ ! ବର୍ତ୍ତମାନ ଏହା ସାଧାରଣରେ ଚର୍ଚ୍ଚା ଧରିଛି l ଗରମ ସାଙ୍ଗକୁ ଗୁଳୁ ଗୁଳି ହେବା ଯୋଗୁଁ ଛୋଟ ପିଲାଠୁ ବୃଦ୍ଧ ପର୍ଯ୍ୟନ୍ତ ନାହିଁନଥିବା ହଇରାଣ ହେବାକୁ ପଡୁଛି l ଯାହା ଘରେ ଇଂନଭଟର ଅଛି ସିଏତ ଚଳିଯିବେ , ଯାହାର ନାହିଁ ସେମାନେ କ’ଣ କରିବେ, ସାଧାରଣ ଜନ ଜୀବନ ଯେଉଁ ହଇରାଣ ହେଉଛନ୍ତି ବିଦ୍ୟୁତ ବିଭାଗ ଅଫିସର ଓ କର୍ମୀ ଯଦି ସେହି ଜାଗାରେ ରହିବେ ତା ହେଲେ ଜାଣି ପାରନ୍ତେ, ନିଶରେ ଗୁଆ ଘିଅ ମାରି ଶୁଅନ୍ତେ ନାହିଁ l ଏମାନଙ୍କ ଖାମ ଖିଆଲ ମନୋଭାବ ମନ ଇଛା ଅବୈଧ ବିଦ୍ୟୁତ କାଟିବା ଓ ବିନା ସୂଚନା ରେ ଘଣ୍ଟା ଘଣ୍ଟା ବିଦ୍ୟୁତ ରାତ୍ରିରେ କାଟିବା ଯୋଗୁଁ ଜନସାଧାରଣ ଅସନ୍ତୋଷ ଦେଖିବାକୁ ମିଳିଛି । ଏହାହିଁ ସାଧାରଣ ଲୋକଙ୍କ ର ଦୁଃଖ , ହେଲେ ତଳୁ ଉପର ପର୍ଯ୍ୟନ୍ତ କେହି ଶୁଣିବାର ନାହିଁ । ଶକ୍ତି ବିଭାଗ କିଏ ଜାଣିବା କଷ୍ଟ । ଟିକିଏ ଭୁଲ ହେଲେ କଥା ସରିଲା ,କେହି ବୁଝିବେନି କେବଳ ଦାୟିତ୍ଵ ହସ୍ତାନ୍ତର କରି ବସିଯାନ୍ତି । କେବଳ ଚପଲ ସରିବା ଅନୁଭୂତ ହୁଏ ।

Leave a Reply

Your email address will not be published. Required fields are marked *