ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ଓଳିଆ ପଞ୍ଚାୟତ ସ୍ଥିତ କଇଁଜିରା ଅଞ୍ଚଳରେ ଜଙ୍ଗଲି ଭାଲୁକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ଏବେ ଜଙ୍ଗଲି ଭାଲୁ ଟି କଇଁଜିରା ଗ୍ରାମ ପାଖରେ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ଭୟଭୀତ ହୋଇ ସୁକିନ୍ଦା ବନ ବିଭାଗ ରେଞ୍ଜର ବିପିନ ବିହାରୀ ରାଉତରାୟଙ୍କ ସହିତ ଯୋଗାଯୋଗ କରିଥଲେ । ରେଞ୍ଜର ବିପିନ ବିହାରୀ ରାଉତରାୟଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ଏବେ କଇଁଜିରା ଗ୍ରାମ ପାଖ ହୁଡିରେ ପହଞ୍ଚି ଜଙ୍ଗଲି ଭାଲୁଟିକୁ ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଛି ।
କଇଁଜିରା ଅଞ୍ଚଳରେ ଜଙ୍ଗଲି ଭାଲୁ ଆତଙ୍କ !!!

