ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲା ଅନ୍ତର୍ଗତ ଜାତୀୟ ରାଜପଥ ୫୭ ଆଛୁପଡା ନିକଟରେ ଘଟିଛି ଦୁର୍ଘଟଣା । ସୂଚନା ମୁତବକ ଅଛୁପଡା ନିକଟରେ ଭୁବନେଶ୍ବର ଭରତପୁର ର ଦୁଇ ଜଣ ଏକ ସ୍କୁଟି ଦ୍ଵାରା ଦଶପଲ୍ଲା ଯାଉଥିବା ସମୟରେ ଅଛୁପଡା ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ଘଟଣା ସ୍ଥଳରେ ଖବର ପାଇ ନୂଆଗାଁ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ନୟାଗଡ ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଦୁର୍ଘଟଣାରେ ଆହତ ଦ୍ବୟ ଚିନ୍ତୁ ଦାସ ଏବଂ ତାରିଣୀ ନାୟକ । ଆହତ ମାନେ ଅଧିକ ମାତ୍ରାରେ ଗୁରୁତର ହୋଇଥିବାର ସୂଚନା ଅଗ୍ନିଶମ ବାହିନୀ ସୂଚନା ଦେଇଛି ।

