ଓଡ଼ିଶାର ଚାଷି ଆନ୍ଧ୍ର ଧାନ ବିହନ ପ୍ରତି ଆକୃଷ୍ଟ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଏକ ପାହାଡ଼ ପର୍ବତ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଟେ । ଏଠାକାର ମୁଖ୍ୟ ଜୀବନ ଜୀବିକା ହେଲା କୃଷି । ଏଠାରେ 7 ଟି ବ୍ଳକ ଥିବା ବେଳେ ସେଥିରୁ 3 ଟି ବ୍ଳକରେ ଅଧିକ ଧାନ ଚାଷ ହୋଇଥାଏ । ଏଠାକାର 70 ପ୍ରତିଶତ ଲୋକ କୃଷି ଉପରେ ନିର୍ଭର ଶୀଳ ! ବର୍ତ୍ତମାନ ଖରିଫ ୠତୁ ଚାଲିଥିବାରୁ ଚାଷି ଧାନ ବିହନ କ୍ରିଣିବାରେ ତତ୍ପର । ହେଲେ ଓଡ଼ିଶା ସରକାର ସବସିଡି ଦେଲେ ମଧ୍ୟ ଚାଷୀ ଧାନ ବିହନ ପଡୋଶୀ ରାଜ୍ୟ ଶ୍ରୀକାକୁଲମର ପୁରୁଣା ପାଟଣା, ଚେପରା, ମେଳିଆ ପୁଟ ପ୍ରଭୃତି ସ୍ଥାନରୁ ଅଧିକା ଦରରେ ଧାନ ବିହନ କିଣିଥିବାର ଦେଖିବାକୁ ମିଳିଛି । ଏପରିକି ବିଭିନ୍ନ ଫଟିଲାଇଜର ଦୋକାନ ରେ ମଧ୍ୟ ଆନ୍ଧ୍ର ବିହନ ବିକ୍ରି ହେଉଥିବାର ଦେଖିବାକୁ ମିଳିଛି । ଏପରିକି ଓଡ଼ିଶା ବିହନ ବିକ୍ରି କରୁଥିବା ଡିଲର ମଧ୍ୟ ଦୁଇ ପଇସା ରୋଜଗାର କରିବା ଆଶାରେ ଆନ୍ଧ୍ର ବିହନ ବିକ୍ରି କରୁଥିବା ଦେଖିବ।କୁ ମିଳିଛି ! ଗଜପତି ଜିଲ୍ଲାରେ ଚାଷୀ ଓଡ଼ିଶାର ବିହନ ପ୍ରତି ଆକୃଷ୍ଟ ନହୋଇ ଆନ୍ଧ୍ର ବିହନ ପ୍ରତି କାହିଁକି ଆଗ୍ରହୀ , ତାର ପ୍ରଥମ କାରଣ ହେଲା ଓଡିଶା ବିହନ ରେ କେଳି ବାଳୁଙ୍ଗା ଥିବାର ଅଭିଯୋଗ ହେଉଛି । ଦ୍ବିତୀୟ କାରଣ ହଉଛି ଓଡ଼ିଶା ବିହନ ପ୍ରତି ବିଶ୍ୱାସ ରହୁନି ! ଚାଷୀଙ୍କୁ ଯାହା ଫଳରେ ଆନ୍ଧ୍ର ପ୍ରତି ଆକୃଷ୍ଟ ହଉଛନ୍ତି । ଓଡ଼ିଶାର ବିହନ ରିହାତି ଚାଷି ଙ୍କୁ ଏବେ ପର୍ଯ୍ୟନ୍ତ ଗତ ବର୍ଷ ର ମିଳି ନଥିବା ଚାଷି ଙ୍କ ର ଅଭିଯୋଗ ହଉଛି । ଅନ୍ୟ ପଟେ ଉପାନ୍ତ ଅଞ୍ଚଳ ହୋଇଥିବାରୁ ଏହି ଭଳି ସମସ୍ୟା ରହୁଛି ।

Leave a Reply

Your email address will not be published. Required fields are marked *