କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲାରେ ଗ୍ରେଡ଼ ୩ କୁ ପଦୋନ୍ନତି ପାଇଥିବା ୪୪୨ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରୁ ୩୧୫ ଜଣଙ୍କ କାଉନସେଲିଂ ଚାଲିଥିବା ବେଳେ, ବିଭିନ୍ନ କାରଣ ଦର୍ଶାଇ ସେଥିରୁ ୧୧୬ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ପଦୋନ୍ନତି ବାତିଲ କରି ଦେଇଥିବାରୁ ବାତିଲ ହୋଇଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବାସଭବନକୁ ଯାଇ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡଙ୍ଗୀଙ୍କୁ ଘେରାଉ କରିବା ସହ ଶିକ୍ଷକ ଓ ଶିକ୍ଷୟିତ୍ରୀ ତାଙ୍କ ଗାଡି ଆଗରେ ବସି ପଡ଼ିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ଚାଲିଥିବା କାଉଁସିଲିଂକୁ ବାତିଲ କରିବା ପାଇଁ ଦାବି କରିଥିଲେ । ପୋଲିସର ହସ୍ତକ୍ଷେପ ପରେ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ କାଉନସେଲିଂ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଥିଲେ । ଅପର ପ୍ରାଇମେରୀ ୩୧୫ ଜଣ ଶିକ୍ଷକ ଲେବଲ ୪ ରୁ ଲେବୁଲ ୩ କୁ ପ୍ରମୋସନ ପାଇଁ ଚାଲିଛି କାଉନସେଲିଂ । କେଉଁ ପରିସ୍ଥିତିରେ ଓ କେଉଁ କାରଣ ପାଇଁ କଟାଗଲା ବୋଲି ପ୍ରଶ୍ନ ପଚାରିବାରୁ ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡଙ୍ଗୀ କହିଥିଲେ ଯଦି କିଛି ଭୁଲ ହୋଇଥାଏ ପରେ ସମାଧାନ କରାଯିବ । ଗୋଷ୍ଠି ଶିକ୍ଷା ଅଧିକାରୀ ମାନେ କିଛି ଟା ଭୁଲ ରିପୋର୍ଟ ଦେଇଥିବା ଦ୍ବାରା ଏଭଳି ଘଟଣା ଘଟିଛି ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି । ଏହା ପରେ ଚିଠି ମାଧ୍ୟମରେ ନିର୍ଦେଶକ ଙ୍କୁ ଜଣାଯିବ । ଶିକ୍ଷକଙ୍କ ଅଭିଯୋଗ କିଛି ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ୍ୟ ନ ଥିଲେ ସୁଦ୍ଧା ସେମାନଙ୍କୁ କିପରି ଏହି ପ୍ରମୋସନରେ ସାମିଲ କରାଗଲା । ଏହା ପଛରେ ଅର୍ଥ କାରବାର ହୋଇଥିବା କିଛି ଶିକ୍ଷକ ନିଜ ନାମ ଗୋପନ ରଖି କହିଛନ୍ତି । ଏ ନେଇ ଜିଲ୍ଲା ଶିକ୍ଷା ଅଧୂକାରୀ କହିଛନ୍ତି ଯଦି ସେପରି କିଛି ଭୁଲ ହୋଇଥାଏ ତାହା ସଂଶୋଧନ କରାଯିବ । ଅନ୍ୟ ପଟରେ ନିର୍ଦେଶକ ଙ୍କୁ ବାରମ୍ବାର ନୋଟିଫିକେସନ ବଦଳାଇବାକୁ ନେଇ ମଧ୍ୟ ଶିକ୍ଷକ ମାନେ ପ୍ରଶ୍ନ ଉଠାଇଛନ୍ତି । ଯଦି ଏହି ଶିକ୍ଷକ ମାନଙ୍କ ଦାବିକୁ ପୂରଣ କରାନଯାଏ ତାହା ହେଲେ ନ୍ୟାୟାଳୟର ଦ୍ବାରସ୍ଥ ହେବେ ବୋଲି କିଛି ଶିକ୍ଷକ ଓ ଶିକ୍ଷୟତ୍ରୀ ଚେତାବନୀ ଦେଇଥିବା ଜଣାଯାଇଛି ।