ବାଣପୁରରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ : ଗୁଳୁଗୁଳି ରେ ଜନଜୀବନ ଅସ୍ତବ୍ୟସ୍ତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ କିଛିଦିନ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଲାଗି ରହିଥିବା ବେଳେ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ହେବା ଦ୍ବାରା ଜନ ସାଧାରଣ ଗରମରେ ସିଝି ଡହକ ବିକଳ ହୋଇ ପଡୁଛନ୍ତି । ତେବେ ଆଜି ମଧ୍ୟାହ୍ନ ସମୟ ରେ ବାଣପୁର ତାପମାତ୍ରା ସର୍ବାଧିକ ୩୬ ଡ଼ିଗ୍ରୀ ରେ ପହଞ୍ଚିଥିଲା ! ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଅନୁଭୁତ ହୋଇଥିବା ବେଳେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଜନସାଧାରଣଙ୍କୁ ହନ୍ତସନ୍ତ କରି ପକାଇଛି । ଏହାର ପ୍ରଭାବରେ ବାଣପୁର ଅଞ୍ଚଳର ରାସ୍ତା ଘାଟ ମଧ୍ୟ ଜନଶୂନ୍ୟ ହୋଇ ପଡ଼ିଥିବାର ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *