ସମର୍ପଣ ବୃଦ୍ଧାଶ୍ରମ ରେ ନିଆରା ବାହାଘର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ସ୍ଥିତ ବାଳାଶ୍ରମର କନ୍ଯା ଆୟୂଷ୍ମତୀ ଜିନାର ବିବାହ ଉତ୍ସବ ଆଦର୍ଶ ଯୁବକ ଆୟୂଷ୍ମାନ୍ ଜିତେନ୍ଦ୍ରଙ୍କ ସହିତ ଆମ ସମର୍ପଣ ବୃଦ୍ଧାଶ୍ରମ ରେ ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ରବିନ୍ଦ୍ରନାଥ ସାହୁ, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶକ୍ତିକାନ୍ତ ରାୟ, ନୟାଗଡ଼ ବନଖଣ୍ଡ ଅଧିକାରିଣୀ ଶ୍ରୀମତୀ କ୍ଷମା ଷଡଙ୍ଗୀ, ବନ୍ଯପ୍ରାଣୀ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଫାଲଗୁନି ସାରଥି ମଲ୍ଲିକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଆଦିପତି କଅଁର, ବ୍ଳକ ଚେୟାରମ୍ୟାନ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିରୂପମା ଖଟେଇ ଓ ସତ୍ଯ ରଂଜନ ଦାସଙ୍କ ସମେତ ବହୁ ମାନ୍ଯଗଣ ବ୍ଯକ୍ତି ଯୋଗଦେଇ ବରକନ୍ଯାଙ୍କୁ ଆଶୀର୍ବାଦ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଶୈଳବାଳା ଦାସ, ରୋଟାରିଆନ୍ ରାଧେଶ୍ଯାମ ମୋହତା, ସମାଜସେବୀ ଅରୁଣ କୁମାର ମହାନ୍ତି, ସମର୍ପଣ ସଂପାଦକ ଶ୍ରୀଧର ସାହୁ, ପ୍ରସନ୍ନ କୁମାର ବସନ୍ତିଆ, ଧୀରେନ୍ଦ୍ର କୁମାର ପଟ୍ଟନାୟକ ଆଦି ବହୁ ସମାଜସେବୀ ସହଯୋଗ କରିଥିଲେ । ସୂଚନା ଥାଉକି, ଯାହାର କେହି ନାହିଁ ତାଙ୍କ ପାଇଁ ଈଶ୍ବର ଅଛନ୍ତି । ତାର ଜ୍ବଳନ୍ତ ଉଦାହରଣ ହେଉଛି ଆଜିର ଆଦର୍ଶ ବିବାହ ଉତ୍ସବ । ୧ ମାସର ହୋଇଥିବା ବେଳେ ଏହି କନ୍ଯା ସନ୍ତାନ ଟିକୁ ରାସ୍ତା କଡରୁ ପାଇ ନୟାଗଡ଼ ବାଳାଶ୍ରମ ଲାଳନ ପାଳନ କରି ବଡ କଲା। ତାପରେ ସିଲେଇ ଶିଖି ଝିଅଟି ସ୍ବାବଲମ୍ବୀ ହେବାପରେ ଆଜି ହେଲା ବାହାଘର। ଜିଲ୍ଲା ପ୍ରଶାସନ ର ଏହି ପଦକ୍ଷେପ ନିଶ୍ଚିତ ଭାବେ କନ୍ଯା ସନ୍ତାନ ଟିଏ ସ୍ରୁଷ୍ଟି ର ସମ୍ଭାର ବୋଲି ଅନ୍ୟ ମାନଙ୍କୁ ପ୍ରେରିତ କରିବ।।

Leave a Reply

Your email address will not be published. Required fields are marked *