ସୁକିନ୍ଦା ଦେବରାଜ ହୋଟେଲ ସାମ୍ନା ମୁଖ୍ୟ ରାଜପଥରେ ବାଇକ ଦୁର୍ଘଟଣା : ଦୁଇ ଜଣ ଗୁରୁତର ଆହତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ଦେବରାଜ ହୋଟେଲ୍ ସାମ୍ନା ମୁଖ୍ୟ ରାଜପଥରେ ସନ୍ଧ୍ୟାରେ ଏକ ବାଇକ ଦୁର୍ଘଟଣା ଘଟି ବାଇକ ଆରୋହି ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ମୁତାବକ ଯାଜପୁର ଟାଉନ ସ୍ଥିତ ଚମ୍ପାମଢେଇ ଗ୍ରାମର ଉତ୍ତମ କୁମାର ପାଣିଗ୍ରାହି ଓ ସିତଳେଶ୍ୱର ଗ୍ରାମର ପ୍ରଶାନ୍ତ ପଣ୍ଡା ଏକ ବାଇକ ଯୋଗେ ବ୍ୟକ୍ତିଗତ କାର୍ଯ୍ୟରେ ଭୁବନ ଯାଇଥିଲେ । ଭୁବନରେ ରେ କାମ ସାରି ଦୁଇ ଜଣ ବାଇକ ଯୋଗେ ଫେରୁଥିବା ବେଳେ ସନ୍ଧ୍ୟାରେ ଦେବରାଜ ହୋଟେଲ୍ ସାମ୍ନା ମୁଖ୍ୟ ରାଜପଥରେ ବାଇକ ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ! ଦୁର୍ଘଟଣାରେ ବାଇକ ଆରୋହୀ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ସୁକିନ୍ଦା ଦମକଳ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ପ୍ରାଥମିକ ଚିକିତ୍ସା ଜାରି ରହିଛି !

Leave a Reply

Your email address will not be published. Required fields are marked *