ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଭାପୁର ବ୍ଲକ ଅନ୍ତର୍ଗତ ପଦ୍ମାବତୀ ଗ୍ରାମ ରେ ମହା ସମାରୋହରେ ପାଳିତ ହୋଇଯାଇଛି ମହାବାହୁ ଙ୍କ ନବଦିନାତ୍ମକ ଘୋଷଯାତ୍ରା ! ମାଉସୀ ଘରେ ନବଦିନ ଯାତ୍ରା ଶେଷ କରି ମନ୍ଦିରକୁ ବାହୁଡ଼ିଛନ୍ତି ପ୍ରଭୁ ଜଗନ୍ନାଥ ! ପରମ୍ପରା ଅନୁଯାୟୀ ନୀତିକାନ୍ତି ସମାପ୍ତ ହେବା ପରେ ମନ୍ଦିରରୁ ପହଣ୍ଡି କରି ରଥରେ ବିଜେ କରିଥିଲେ ପ୍ରଭୁ ଶ୍ରୀ ଜଗନ୍ନାଥ ! ସନ୍ଧ୍ୟା 5 ଟା ଟାରେ ରଥଟଣା ଆରମ୍ଭ ହୋଇଥିଲା , ବାଟରେ ମାଉସୀମା ମନ୍ଦିର ରେ ପୋଡ଼ପିଠା ଭୋଗ ଲାଗି ହେବା ପରେ ପଦ୍ମାବତୀ ବଜାର ସ୍ଥିତ ମନ୍ଦିର ନିକଟରେ ଲାଗିଥିଲା ରଥ ! କମିଟି ପକ୍ଷରୁ ରଥ ଟଣା ସମୟ ରେ ପରମ୍ପରିକ ଲହୁଡି ନୂତ୍ୟ ପରିବେଷଣ ହୋଇଥିଲା ! ପୋଲିସ ପକ୍ଷରୁ ଶାନ୍ତିଶୁଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ! ତେବେ ସବୁଠାରୁ ବଡ କଥା ଚଳିତ ବର୍ଷ ରଥ କମିଟି ରଥ ପଦ୍ମାବତୀ ଗ୍ରାମବାସି କମିଟି ମିଳିତ ନିଷ୍ପତି ଅନୁସାରେ ରଥ ଟଣା ସମୟ ରେ ଡାହୁକ ବର୍ଷ ବର୍ଷ ଧରି ଗାଇ ଆସୁଥିବା ଅଶ୍ଳୀଳ ବୋଲିକୁ ବନ୍ଦ କରାଯାଇଛି ! ଏହା ଦ୍ୱରା ମହିଳା ମାନେ ମଧ୍ୟ ନିର୍ଦ୍ଦ୍ୱନ୍ଦରେ ରଥ ଟାଣିବାକୁ ଆସି ପାରିବେ ବୋଲି କମିଟି ପକ୍ଷରୁ ପ୍ରଦିପ କୁମାର ସାହୁ ସ୍ପଷ୍ଟ କରିଥିବା ବେଳେ , ଏହି ନିଷ୍ପତିକୁ ଅଞ୍ଚଳର ବୁଦ୍ଧିଜୀବି ମାନେ ସ୍ବାଗତ କରିଛନ୍ତି !
ଭାବ ଭକ୍ତିରେ ସରିଲା ଘୋଷଯାତ୍ରା : ବାହୁଡ଼ିଲେ ମହାବାହୁ !!!

