ଭାରତ ବିକାଶ ପରିଷଦ ପକ୍ଷରୁ ବନ ମହୋତ୍ସବ ପାଳନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଭାରତ ବିକାଶ ପରିଷଦ ନୟାଗଡ ଶାଖା ସଭାପତି ପ୍ରଫେସର ହରେକୃଷ୍ଣ ସାହୁ ଙ୍କ ନେତୃତ୍ୱ ରେ ତିନି ନମ୍ବର ୱାର୍ଡ ସ୍ଥିତ ହାଟପଦା ପ୍ରାଥମିକ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳିତ ହୋଇ ଯାଇଛି ! ଦେବଦାରୁ, ବଉଳ, କଦମ୍ବ, ପିଜୁଳି, ଆମ୍ବ, ଇତ୍ୟାଦି ପଚାଶ ରୁ ଉର୍ଦ୍ଧ ଚାରା ଆଜି ପୂର୍ବାହ୍ନ 8ଟା ସମୟରେ ବିଦ୍ୟାଳୟ ପରିସରରେ ରୋପଣ କରାଯାଇଥିଲା ! ଚାରାର ରକ୍ଷଣାବେକ୍ଷଣ ସମ୍ପର୍କ ରେ ସଚେତନ ଥିବା ଭାରତ ବିକାଶ ପରିଷଦର ସଭ୍ୟ ମାନେ ବୃକ୍ଷ ରୋପଣ ସମୟରେ ଯଥେଷ୍ଟ ଧ୍ୟାନ ଦେଇଥିଲେ, ଅନ୍ୟ ମାନଙ୍କ ମଧ୍ୟ ରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସେବା ସଚିବ ଦୁର୍ୟୋଧନ ସାହୁ, ସମ୍ପାଦକ ଘନଶ୍ୟାମ ସାହୁ, ଉଦୟନାଥ ନାହାକ, ଗୋବିନ୍ଦ ଚନ୍ଦ୍ର ସାହୁ, ପ୍ରଫୁଲ ନାୟକ, ପ୍ରଦୀପ କୁମାର ସାହୁ, ଅନାଦି ମହାନ୍ତି, ଅବସର ପ୍ରାପ୍ତ ରେଞ୍ଜର ସୁକେଶ ଶତୃଶଲ୍ୟ ଏବଂ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିନାକ୍ଷୀ କର ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ !

Leave a Reply

Your email address will not be published. Required fields are marked *