ଶ୍ରାବଣ ସୋମବାର ରେ ଓଁ ନମଃ ଶିବାୟ ଧ୍ୱନୀ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଶ୍ରାବଣ ରେ ଆରମ୍ଭ ହେଲା ଜଳାଭିଷେକ ! ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଥିବାରୁ ସବୁ ଶୈବପୀଠ ରେ ଭକ୍ତ ଙ୍କ ଗହଳି ଲାଗି ରହିଛି ! ପୁରାଣ ମତ ଅନୁସାରେ ଶ୍ରାବଣ ମାସରେ କlଉଡ଼ି ଭାରରେ ଜଳ ନେଇ ପାଦରେ ଚାଲିଚାଲି ଯାଇ ଶିବଙ୍କୁ ଜଳାଭିଷେକ କଲେ ଭଗବାନ ଶିବ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ! ଏହା ବୋଲବମ୍ ଯାତ୍ରା ଓ ଏକ ଶିବବ୍ରତ ଅଟେ ! ଆଜିକାଲି ଏହି ବ୍ରତ କୁ ପ୍ରାୟ ସାରା ଦେଶରେ ଲକ୍ଷଲକ୍ଷ ଭକ୍ତ ପାଳନ କରୁଥିବାର ଦେଖାଯାଉଛି ! ସୁଖ ସମୃଦ୍ଧି ଓ ତଥା ବିଭିନ୍ନ ପ୍ରକାର ମାନସିକ ପୂରଣ ସକାଶେ ବହୁ କଷ୍ଟ ସ୍ୱୀକାର କରି କାଉଡିଆ ଭକ୍ତମାନେ ଦୀର୍ଘ ପଥ ପାଦରେ ଚାଲି ଶିବଙ୍କୁ ଜଳାଭିଷେକ କରୁଛନ୍ତି ! ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଗାଁ ଠାରୁ ସହର ସବୁ ଶିବ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ କାଉଡିଆ ମାନଙ୍କର ଭିଡ ଜମୁଛି , ରାସ୍ତା ଘାଟ ଚାରିଆଡେ ବୋଲବମ୍ ଧ୍ୱନୀ ରେ ଉଛୁଳି ପଡୁଛି ଶୈବପୀଠ !

Leave a Reply

Your email address will not be published. Required fields are marked *