ରାଧାମୋହନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଗୋବିନ୍ଦପୁର ଗ୍ରାମର ରାଧାମୋହନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୪ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ପରିଚାଳନା କମିଟି ଅଧ୍ୟକ୍ଷ ଜନାର୍ଦ୍ଦନ ମୁଦୁଲିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ପ୍ରକୃତିବନ୍ଧୁ ନବକିଶୋର ପଣ୍ଡା ଓ ସମ୍ମାନୀତ ଅତିଥି ଭାବରେ ପରିବେଶବିତ୍ ବସନ୍ତ କୁମାର ପଣ୍ଡା ଯୋଗଦାନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବନ ମହୋତ୍ସବ ସମ୍ବନ୍ଧୀୟ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଶିକ୍ଷକ ବିଜୟ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ରାଉତ, କମଳିନୀ ଦେଇଙ୍କ ସହଯୋଗରେ ଛାତ୍ରଛାତ୍ରୀ, ପରିଚାଳନା କମିଟିର ସଭ୍ୟ ସଭ୍ୟା, ଗ୍ରାମବାସୀ ଓ ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟ ମାନେ ଅତିଥି ମାନଙ୍କ ସହ ମିଶି ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ ।

Leave a Reply

Your email address will not be published. Required fields are marked *