ଟାଙ୍ଗୀ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଶଙ୍ଖ ପୋଖରୀରୁ ଯୁବକ ଙ୍କ ମୃତଦେହ ଉଦ୍ଧାର !!!

Spread the love

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ରତ୍ନମାଳୀ ସାହି ନିକଟସ୍ଥ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଶଙ୍ଖ ପୋଖରୀରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ହେଉଛନ୍ତି ଅମରଜିତ୍ ପଟ୍ଟନାୟକ । ମୃତ ଅମରଜିତ୍ ହେଉଛନ୍ତି ଜଣେ ଉଚ୍ଚ ଶିକ୍ଷିତ , ମାତ୍ର ନିଶା ସେବନ କରି ଅମରଜିତ୍ ପଥ ଭ୍ରଷ୍ଟ ହୋଇ ଯାଇଥିଲେ । ଯାହାକୁ ନେଇ ଅମରଜିତ୍ ଙ୍କ ପରିବାର ସର୍ବଦା ମାନସିକ ସ୍ତରରେ ଚାପଗ୍ରସ୍ତ ହୋଇ ରହୁଥିଲେ । ଗତକାଲି ଠାରୁ ଅମରଜିତ୍ ହଠାତ ଘରୁ ନିଖୋଜ ହୋଇଯାଇଥିଲେ ! ଟାଙ୍ଗୀ ଗ୍ରାମର ଏକ ଧାନଚାଷ ଜମି ମଧ୍ୟରେ ରହିଛି ଶଙ୍ଖ ପୋଖରୀ । ସେହି ପୋଖରୀରେ ଯୁବକ ଅମରଜିତ୍ ଭାସମାନ ଅବସ୍ଥାରେ ଥିବା କେତେକ ଚାଷୀ ଦେଖିବା ପରେ ଟାଙ୍ଗୀ ପୋଲିସ ଏବଂ ଦମକଳ ବାହିନୀ ସେଠାରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ପଞ୍ଚନାମା ପାଇଁ ପଠାଇଛନ୍ତି । ମୃତ ଅମରଜିତ୍ ଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମଳିଛି , ତେଣୁ ଅମରଜିତ୍ ଙ୍କର କିଭଳି ମୃତ୍ୟୁ ହେଲା ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପଞ୍ଚନାମା ପରେ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ ବୋଲି ଟାଙ୍ଗୀ ଥାନା ନିରୀକ୍ଷକ ଦିଗବିଜୟ ବିଶ୍ୱାଳ କହିଛନ୍ତି ।

Leave a Reply

Your email address will not be published. Required fields are marked *