ସୁଭଦ୍ରା ବିହାର ରେ ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲେ ସ୍ଥାନୀୟ ବାସିନ୍ଦା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ସୁଭଦ୍ରା ବିହାର ରେ ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ବାସିନ୍ଦା ଗଜପତି ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି । ସୂଚନା ପ୍ରକାରେ ଉକ୍ତ ସୁଭଦ୍ରା ବିହାରର ସ୍ଥପତି ପର ଠାରୁ ମୌଳିକ ସୁବିଧାରୁ ବଞ୍ଚିତ ରହିଥିବାର ଅଭିଯୋଗ କରିଛନ୍ତି । ଏହି ବିହାରକୁ ରାସ୍ତା ଠାରୁ ଆରମ୍ଭ କରି ନାଳ ସମସ୍ୟା, ଜଳ ନିଷ୍କାସନ ନ ହେବା, ସହରର ମଇଳା ତଥା ଆବର୍ଜନା ଗୁଡିକ ବର୍ଷାରେ ବୋହି ଆସି ଜମାଟ ହେବା, କଦର୍ଯ୍ୟ ପରିବେଶ ଯୋଗୁଁ ଘର ଗୁଡିକରେ ସରୀସୃପ ପଶିଯିବା, ମଶା ର ପ୍ରାଦୂର୍ଭାବ ବଢିବା ଭଳି ବିଭିନ୍ନ ସମସ୍ୟା ଗୁଡ଼ିକୁ ନେଇ ସ୍ଥାନୀୟ ଗୃହିଣୀ ମାନେ ଅଭିଯୋଗ କରିଥିଲେ । ସମସ୍ୟା ଗୁଡିକୁ ବାରମ୍ବାର ବିଭିନ୍ନ ସ୍ତରରେ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିବାର ମଧ୍ୟ ଜଣାଇଛନ୍ତି । ଆଗାମୀ ଦିନରେ ଏହି ସମସ୍ୟା ଗୁଡିକର ସମାଧାନ ନ ହୁଏ ତେବେ ଆନ୍ଦୋଳାତ୍ମକ ପନ୍ଥା ନେବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି । ଏହି ସମସ୍ୟା ଗୁଡିକର ସମାଧାନ କରିବା ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ଏକ ଲିଖିତ ଅଭିଯୋଗ ଦେବା ସହ ଉକ୍ତ ସମସ୍ୟା ଗୁଡ଼ିକର ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *