ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନ୍ଏଚ ଫାଇଭ ମୁଖ୍ୟ ରାସ୍ତା ଦିନକୁ ଦିନ ଅତ୍ୟନ୍ତ ଦୟନୀୟ ଅବସ୍ଥା ଦେଇ ଗତି କରୁଥିବାର ଦେଖିବାକୁ ମିଳୁଛି । ବାଲୁଗାଁ ଗୁଣ୍ଡୁରପୁର – ପାଟଣା ସାହି ଛକ ମୁଖ୍ୟ ରାସ୍ତା ରେ ଖୋଳିକରି ପାଇପ ବସାଇଲେ ! ହେଲେ ସେହି ଜଗାରେ ମାଟି ପକାଇ ଏମିତି ଫିଲପ କଲେ ଏକ କଣ୍ଟେନର ମାଛ ଗାଡି ସେଥିରେ ଫସିଗଲା l ଠିକାଦାର ର ନିଜ ସ୍ୱାର୍ଥ ସିନା ସରିଗଲା , ଏପଟେ ହଜାର ହଜାର ଗାଡି ମଟର ଓ ଲୋକଙ୍କ ଅସୁବିଧା ବାବୁ ମାନଙ୍କୁ ନଜରରେ ଆସିଲାନି ! ଗାଡି ଫସିଯିବା ଫଳରେ ଅନ୍ୟ ଗାଡ଼ିରେ ମାଛ ଭର୍ତ୍ତି ଟ୍ରେ ଗୁଡିକୁ ଅନଲୋଡ କରି ଗାଡିକୁ ବହୁତ କଷ୍ଟରେ ସେଠାରୁ ବାହାର କରାଗଲl ! ମୁଖ୍ୟ ରାସ୍ତା ର କଦର୍ଯ୍ୟ ଅବସ୍ଥା ହେତୁ ଗାଡିମୋଟର ଜାମ ସାଙ୍ଗକୁ ସ୍କୁଲ କଲେଜ ଛାତ୍ର ଛାତ୍ରୀ ଙ୍କ ଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ଓ ସାଧାରଣ ଲୋକେ ଭିଡ ଭିତରେ ରେ ଫସି ରହୁଥିବାର ଦେଖିବାକୁ ମିଳୁଛି l ସ୍ଥାନୀୟ ପ୍ରଶାସନ ର ମନଇଛା କାମ କୁ ସ୍ଥାନୀୟ ଲୋକ ନାପସନ୍ଦ କରିବା ସହିତ ଘୋର ବିରୋଧ କରୁଛନ୍ତି । ଜିଲ୍ଲା ପ୍ରଶାସନ ଆଉ ରାଜ୍ୟ ସରକାର ଏହି ଦିଗରେ ଦୃଷ୍ଟି ଦେବାକୁ ଜନସାଧାରଣ ଅନୁରୋଧ କରିଛନ୍ତି ।


