ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବାଲୁଗାଁ ଅଞ୍ଚଳର ସାମ୍ବାଦିକ ସଂଘ ଚିଲିକା ପ୍ରେସ ୟୁନିଅନ ପକ୍ଷରୁ ସମସ୍ତ ସଦସ୍ୟ ବାଣପୁର ଥାନାର ନୂତନ ଥାନା ଅଧିକାରୀ ଭାବେ ଯୋଗଦେଇ ଥିବା ରମେଶ କୁମାର ଦେବତାଙ୍କୁ ଏକ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହିତ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ୱର୍ଦ୍ଧନା ଜଣାଇଥିଲେ । ସେହିଭଳି ବାଲୁଗାଁ ଥାନାର ନୂତନ ଥାନା ଅଧିକାରୀ ଜୟପ୍ରକାଶ ପରିଡା ଙ୍କୁ ମଧ୍ୟ ସମସ୍ତ ସଦସ୍ୟ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହିତ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ୱର୍ଦ୍ଧନା ଜଣାଇଥିଲେ । ବାଣପୁର ବାଲୁଗାଁ ଅଞ୍ଚଳର ଟ୍ରାଫିକ ସମସ୍ୟାର ସମାଧାନ, ନିଶାଦ୍ରବ୍ୟ କାରବାର ଉପରେ କଟକଣା ଲଗେଇବା , ଚୋରି ଡ଼କାୟତି କୁ ରୋକିବା, ନାଇଟ ପେଟ୍ରୋଲିଙ୍ଗ ପ୍ରତି ଦୃଷ୍ଟି ଦିଆଯିବା ଓ ଦ୍ରୁତ ବାଇକ୍ ଚାଳକଙ୍କ ଉପରେ କିପରି କାର୍ଯ୍ୟାନୁଷ୍ଠାନ ନିଆଯିବ ଇତ୍ୟାଦି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଚିଲିକା ପ୍ରେସ ୟୁନିଅନର ସମସ୍ତ ସଦସ୍ୟ ନୂତନ ଭାବରେ ଦାୟିତ୍ଵ ଗ୍ରହଣ କରିଥିବା ବାଣପୁର ଏବଂ ବାଲୁଗାଁ ଥାନା ଅଧିକାରୀଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତ ଆଲୋଚନା ବେଶ୍ ସନ୍ତୋଷଜନକ ହୋଇଥିଲା ।
ନୂତନ ଥାନା ଅଧିକାରୀଙ୍କୁ ସ୍ବାଗତ ସମ୍ୱର୍ଦ୍ଧନା ଜଣାଇଲେ ଚିଲିକା ପ୍ରେସ ୟୁନିଅନର ସଦସ୍ୟ !!!

