କର୍କଟ ରୋଗ ମୁକ୍ତ ଅଭିଯାନର ଶାଣିତ ସ୍ୱର : ସପନ କୁମାର ଜେନା !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କର୍କଟ ରୋଗ ମୁକ୍ତ ଅଭିଯାନର ଶାଣିତ ସ୍ୱର ଆଉ ସ୍ୱାକ୍ଷର, ସେବା ମନସ୍କ ସାରସ୍ଵତ ସାଧକ, ଶିଶୁ କର୍କଟ ଉପରେ ଗବେଷକ ତଥା ଅଭିଜ୍ଞ କାଉସିଲର ଯୁବ ସମାଜସେବୀ ସପନ କୁମାର ଜେନା । ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନ ( ଆଇସିଏମଆର ଅନୁବନ୍ଧିତ ) କଟକରେ ସେ କର୍କଟ ରୋଗୀଙ୍କ ସେବାରେ ବ୍ରତୀ । ସେ ଶିଶୁ କର୍କଟ ଉପରେ ଅଧିକ ଗବେଷଣା, ସୁରକ୍ଷା ଦିଗରେ ସୁବାର୍ତା ପ୍ରଚାରକ । ବାପିନ୍ଦ୍ର ଜେନା ଓ ପାର୍ବତୀ ଜେନାଙ୍କ ପୁତ୍ର ୧୯୯୨ ମସିହାର ପେଟଛିଲ ଗ୍ରାମ, ମହାକାଳପଡା ବ୍ଲକ, କେନ୍ଦ୍ରାପଡ଼ା ଜିଲ୍ଲାରେ ତାଙ୍କ ଜନ୍ମ । ଉତ୍କଳ ୟୁନଭରସିଟି ଅନୁବନ୍ଧିତ ମାର୍ଶାଘାଇ କଲେଜରେ ସୋସିଆଲ ସାଇନସରେ ସ୍ନାତକୋତ୍ତର, ଏଲ୍ଏଲବି ସ୍ନାତକୋତ୍ତର ଏବଂ ସୋସିଆଲ ୱାର୍କରେ ମାଷ୍ଟର ଡ଼ିଗ୍ରୀ ପାଠ୍ୟକ୍ରମ ପରେ ସମ୍ବଲପୁର ୟୁନିଭରସିଟିରୁ ମେଥୋଡୋଲୋଜି ବିଭାଗରେ ଗବେଷଣା ଆଦି ଶିକ୍ଷା ଲାଭ କରିଛନ୍ତି । କ୍ୟାନସର୍ ସଚେତନତାର ବାର୍ତ୍ତା ବାଣ୍ଟି କର୍କଟ ରୋଗ ନିରାକରଣର ଏକ ଯୋଗଜନ୍ମା ସାଧକ । ମହାନ୍ ଆଦର୍ଶ ଆଉ ସାଧନା ର ସୀକୃତି ସ୍ୱରୂପ ସେ ସମ୍ବର୍ଦ୍ଧିତ । ସେ ସ୍ବାସ୍ଥ୍ୟସେବା, ବୃକ୍ଷ ରୋପଣ, ରକ୍ତଦାନ ଉପରେ ଜନତାଙ୍କୁ ସଚେତନ କରାଉଛନ୍ତି ।

Leave a Reply

Your email address will not be published. Required fields are marked *