ଗଜପତି ଜିଲ୍ଲାପାଳଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ଓ ନିରୀକ୍ଷଣ କରିଛନ୍ତି । ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗକୁ ଯାଇ ସ୍ତ୍ରୀ ରୋଗ ଓ ପି ଡି, ଆଟ୍ରାସାଉଣ୍ଡ, ଶିଶୁ ଓ ପି ଡି ପରିଦର୍ଶନ କରିବା ସହିତ ରୋଗୀ ମାନଙ୍କ ସହ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଆଲୋଚନା କରିଥିଲେ । ସମାୟାନୁବର୍ତ୍ତିତା ବଜାୟ ରଖିବା ଓ ରୋଗୀଙ୍କ ଚିକିତ୍ସା ପାଇଁ ସର୍ବାଧିକ ଯତ୍ନ ନେବାକୁ ସମସ୍ତ ଡକ୍ଟର , ନର୍ସିଂ କର୍ମଚାରୀ ଏବଂ ପାରା ମେଡ଼ିକାଲ କର୍ମଚାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ଆମ ହସ୍ପିଟାଲ ଯୋଜନାରେ ଚାଲିଥିବା କୋଠା ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ ।

Leave a Reply

Your email address will not be published. Required fields are marked *