ବାଣପୁର ପଲଟଣ ପଡିଆରେ ଥିବା ଏକ କମାରଶାଳ କ୍ୟାବିନର ତାଲା ଭାଙ୍ଗି ଚୋରି କଲେ ଚୋର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ପଲଟଣ ପଡିଆରେ ଥିବା ଏକ କମାର ଶାଳ ଦୋକାନରୁ ବିଳମ୍ବିତ ରାତ୍ରୀରେ ଚୋରି ହୋଇଥିବାର ବାଣପୁର ଥାନାରେ ଅଭିଯୋଗ କରିଛନ୍ତି ଦୋକାନୀ । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରୀରେ ବାଣପୁର ଚିଆଙ୍କ ସାହି ଗ୍ରାମର ଅର୍ଜୁନ ମହାରଣା ଙ୍କ କମାରଶାଳ କ୍ୟାବିନର ତାଲା ଭାଙ୍ଗି କିଛି ଚୋର ଦୋକାନର କିଛି ଆବଶ୍ୟକ ସାମଗ୍ରୀ ଚୋରି କରି ନେଇ ଯାଇଥିବାର ଦୋକାନୀ ଅର୍ଜୁନ ମହାରଣା ବାଣପୁର ଥାନାରେ ଏକ ଅଭିଯୋଗ କରିଥିବାର ଜଣା ପଡ଼ିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *