ଜନ୍ମ ଦିନରେ ରକ୍ତଦାନ ଶିବିର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଜାତୀୟ ଯୁବ ପ୍ରକଳ୍ପ ରାଷ୍ଟ୍ରୀୟ ଟ୍ରଷ୍ଟି ଏବଂ ଓଡ଼ିଶା ପୁନର୍ଗଠନ ଅଭିଯାନ ର ଅଧ୍ୟକ୍ଷ ବରିଷ୍ଠ ସମାଜସେବୀ ମଧୁସୂଦନ ଦାସ ଙ୍କ ଜନ୍ମ ଦିବସ ଅବସରରେ ରାଜଧାନୀ ଡ଼ାକ୍ତରଖାନା ରକ୍ତ କେନ୍ଦ୍ର ପରିସରରେ ମିଶନ ରକ୍ତଦାନ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ନିର୍ଦ୍ଦେଶକ ଡ.ଦେବାଶିଷ ମିଶ୍ର ଉଦ୍ଘାଟନ କରିଥିଲେ ।

ଏହି ଶିବିରରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଓଡ଼ିଶା ଖଦୀ ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ, ଜୟ ଓଡ଼ିଶା ସଭାପତି ରୁଦ୍ର ସାମନ୍ତରାୟ, ଦୂରଦର୍ଶୀ ର ସମ୍ପାଦକ ଦୁର୍ଗା ସାମନ୍ତରାୟ, ଗୀତିକାର ଜୟଶ୍ରୀ ଧଳ, କଳିଙ୍ଗ ଐତିହ୍ୟ ସୁରକ୍ଷା ମଂଚ ର ସମ୍ପାଦକ ଚିତ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ନିରଞ୍ଜନ ପଟ୍ଟନାୟକ, ଗୁନୁ ଆଚାର୍ଯ୍ୟ, ରାଜେନ୍ଦ୍ର ନାୟକ, ସରୋଜ ମାଝୀ, ରାକେଶ ବଳ, ସିମିରନ୍ ଦାସ, ବିଭୂତି ଭୂଷଣ ସାହୁ, ପ୍ରଭାସ କୁମାର ମହାପାତ୍ର, ବିକାଶ ବିଶ୍ଵାଳ, ଶ୍ରୀ ସୋମ ଏବଂ ହର ପ୍ରସାଦ ମହାପାତ୍ର ପ୍ରମୁଖ ଶିବିର ପରିଚାଳନା କରିଥିଲେ । ଶିବିରରୁ ୨୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା !

 

Leave a Reply

Your email address will not be published. Required fields are marked *