ତିନି ଦଫା ଦାବି ନେଇ ବାଣପୁର ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରିଲେ ଶିକ୍ଷକ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶିକ୍ଷକ ମାନଙ୍କ ଆନ୍ଦୋଳନ ଦିନକୁ ଦିନ ଭିନ୍ନ ମୋଡ ନେବାରେ ଲାଗିଛି । ସରକାର ସେମାନଙ୍କ ର ଦାବି ଖୁବ ଶୀଘ୍ର ପୁରଣ ନକଲେ ବାଧ୍ୟ ହୋଇ ଶିକ୍ଷକମାନେ ଛୁଟିରେ ରହି କାର୍ଯ୍ୟ ବନ୍ଦ ଆନ୍ଦୋଳନ ରେ ଭାଗ ନେବେ ବୋଲି ଗଣମଧ୍ୟମକୁ ପ୍ରକାଶ କରିଛନ୍ତି ! ଏପରି ସ୍ଥଳେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ବିଇଓ ଙ୍କ ମାଧ୍ୟମରେ ଏକ ତିନି ଦଫା ବିଶିଷ୍ଟ ଦାବିପତ୍ର ଦେଇଛନ୍ତି ! ଏନେଇ ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସେନ ପକ୍ଷରୁ ବାଣପୁର ବ୍ଲକ ଅଧିନରେ ଥିବା ପ୍ରାଥମିକ ଶିକ୍ଷକ ସଂଘର ବିଭିନ୍ନ ବର୍ଗର ଶତାଧିକ ଶିକ୍ଷକମାନେ ୩ ଦଫା ଦାବି ସମ୍ପର୍କ ରେ ଆଲୋଚନା କରିଥିଲେ ! ୨୦୨୨ ମସିହା ନଭେମ୍ବର ୨୭ତାରିଖରେ ରାଜ୍ୟର ଏକ ଲକ୍ଷରୁ ଉର୍ଦ୍ଧ୍ଵ ପ୍ରାଥମିକ ଶିକ୍ଷକ ମାନେ ତିନିଦଫା ଦାବି ସମ୍ପର୍କ ରେ ତତ୍କାଳୀନ ମୂଖ୍ୟ ଶାସନ ସଚିବଙ୍କ ପତ୍ର ସଂଖ୍ୟା ୧୦୯ ସିଏସ୍ ୩୦/୧୧/୨୦୨୨ ଅନୁଯାୟୀ ଶିକ୍ଷକମାନଙ୍କ ପ୍ରତିନିଧିଙ୍କ ସହ ଆଲୋଚନା କରି ଦାବି ଗୁଡିକୁ ପୁରଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ ! ତାହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇନଥିବାରୁ ବାଧ୍ୟ୍ୟ ହୋଇ ପୁଣି ସେହି ତିନି ଦଫା ସମ୍ବଳିତ ଦାବି ମାନ ଶିକ୍ଷା ଅଧିକାରୀ ଙ୍କ ମାଧ୍ୟମରେ ରଜ୍ୟ ସରକାର ଙ୍କୁ ଜଣାଇଛନ୍ତି ! ଯଦି ସରକାର ଏ ସମ୍ପର୍କରେ ଦୃଷ୍ଟି ନଦିଅନ୍ତି , ତାହାଲେ ବାଧ୍ୟ୍ୟ ହୋଇ ଆସନ୍ତା ଅଗଷ୍ଟ ୧୬ ତାରିଖରୁ ଶିକ୍ଷକ ମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ରେ ସାମିଲ ହେବେ ।

Leave a Reply

Your email address will not be published. Required fields are marked *