ବାଲୁଗାଁ ସୁବୁଦ୍ଧି ପାଟଣା ରେଲୱେ ଗେଟ ନିକଟରେ ଅବକାରୀ ଚଢ଼ାଉ : ବିପୁଳ ପରିମାଣର ଦେଶୀ ମଦ ଜବତ – ତିନି ଗିରଫ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ, ବାଣପୁର, ଚିଲିକା ଅଞ୍ଚଳରେ ଚୋରା ଦେଶୀ ମଦ କାରବାର ବଢିବାରେ ଲାଗିଥିବା ବେଳେ ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ଚଢାଉ କରି ଗିରଫ ମଧ୍ୟ କରାଯାଉଛି ! ତେବେ ମଧ୍ୟ ସୁଧୁରିବାର ନାଁ ଧରୁ ନାହାନ୍ତି ଚୋରା ଦେଶୀ ମଦ ବ୍ୟବସାୟୀ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଆଜି ସକାଳୁ ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣ ରେ ଚୋରା ଦେଶୀ ମଦ ସମେତ ଏକ ବାଇକ୍ କୁ ଜବତ କରିବା ସହିତ ତିନି ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୂଚନା ମୁତାବକ ଆଜି ସକାଳେ ଚୋରା ଦେଶୀମଦ କାରବାର ହେଉଥିବାର କୌଣସି ସୂତ୍ରରୁ ଖବର ପାଇ ବାଲୁଗାଁ ଅବକାରୀ ବିଭାଗ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଗଠନ କରାଯାଇ ବାଲୁଗାଁ ଅଧିନସ୍ଥ ସୁବୁଦ୍ଧି ପାଟଣା ରେଲୱେ ଗେଟ୍ ନିକଟରେ ଚଢ଼ାଉ କରାଯାଇ ବାଲୁଗାଁ ବଡ଼କୂଳ ଗ୍ରାମର କୃଷ୍ଣ ମୋହନ ସାହୁ (୫୦) ଗଞ୍ଜାମ ଜିଲ୍ଲା ପାଶୀଖୋଲ ଗ୍ରାମର ମୋନୋଜ ଶବର (୨୦) ଏବଂ ଗଞ୍ଜାମ ଜିଲ୍ଲା ଖାରିବନ୍ଧ ଗ୍ରାମର ବଳଭଦ୍ର ଶବର (୨୦)ଙ୍କୁ ଗିରଫ କରିବା ସହିତ ସମସ୍ତଙ୍କ ନିକଟରୁ ବିପୁଳ ପରିମାଣ ର ଚୋରା ଦେଶୀମଦ ସମେତ ଏକ ବାଇକ୍ ଜବତ କରାଯାଇଛି ! ସମସ୍ତଙ୍କ ବିରୁଦ୍ଧରେ ଅବକାରୀ ଥାନାରେ ୮୧/୮୨/୮୩/୨୩-୨୪ ନମ୍ବର ରେ ତିନିଗୋଟି ମାମଲା ରୁଜ୍ଜୁ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ମନୋଜ ବାରିକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *