ଯାହାର କେହି ନାହାଁନ୍ତି , ତାଙ୍କ ପାଇଁ ନବୀନ ଅଛନ୍ତି : ଅରୁଣ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଗସ୍ତରେ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତି କରଣ ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା । ବଲାଙ୍ଗି ପାର୍କ ବୁଲିବା ସହ ସମସ୍ତ କାର୍ଯ୍ୟର ସମୀକ୍ଷା କରି ମନ୍ତ୍ରୀ ବୃଦ୍ଧାଶ୍ରମ ପରିଦର୍ଶନ କରିଛନ୍ତି । ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ହିରକ ଜୟନ୍ତୀ ସମ୍ମିଳନୀ କକ୍ଷରେ ଆଜି ମଧୁବାବୁ ପେନ୍‌ସନ୍ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବା ପାଇଁ ପହଞ୍ଚିଛନ୍ତି । ନୟାଗଡ଼ ବିଡିଓ ପଦ୍ମ ଚରଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରଶ୍ମି ସାହୁ, ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର କଅଁର, ସରୋଜ କୁମାର ରଣସିଂ, କ୍ଷୀରୋଦ କୁମାର ମହାପାତ୍ର ଓ ଆଶିଷ କୁମାର ଅଗ୍ରୱାଲ ପ୍ରମୁଖ ମଞ୍ଚାସିନ ହୋଇଥିଲେ । ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତି କରଣ ବିଭାଗ ପକ୍ଷରୁ ମଧୁବାବୁ ପେନ୍‌ସନ୍ ଯୋଜନାରେ ଆଜି ମନ୍ତ୍ରୀ ୨୪୧୩ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପଣ୍ଡା ନୟାଗଡ଼ ବାସିଙ୍କ ସ୍ନେହ ଶ୍ରଦ୍ଧା ପାଇଁ ମୁଁ ଅଭିଭୃତ ବୋଲି ପ୍ରକାଶ କରିଥିଲେ । ସାରା ଭାରତ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇ ରେକର୍ଡ ସୃଷ୍ଟି କରିଛନ୍ତି । ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, କାଳିଆ ଯୋଜନା, ନିରାମୟ ଯୋଜନା, ୫-ଟି ରେ ସ୍କୁଲ ରୁପାନ୍ତରିତ କାର୍ଯ୍ୟ ଓ ମିଶନଶକ୍ତି ପରି ଅନେକ ପଦକ୍ଷେପ ନେଇ ସାରା ଭାରତ ବର୍ଷରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଅଳଙ୍କୃତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଲାଗି ସାରା ଓଡିଶାରେ ୪ ଲକ୍ଷ ୫୩ ହଜାର ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯିବ । ନୟାଗଡ଼ ବାସୀ ଯେଉଁ ମୁହୁର୍ତ୍ତରେ ଯାହା ଅନୁରୋଧ କରିଛନ୍ତି ତାହା କେବେ ବୃଥା ଯାଇନି । ଅଗାମୀ ଦିନରେ ଯାହା ଆବଶ୍ୟକ ଅଛି ପୁରଣ କରାଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ତାଙ୍କ ବକ୍ତବ୍ୟରେ ଯାହାର କେହି ନାହାନ୍ତି ତାଙ୍କ ପାଇଁ ନବୀନ ଅଛନ୍ତି ବୋଲି ବକ୍ତବ୍ୟ ରଖିଥିଲେ lଆଜିକାର ସମାଜରେ ଯେଉଁ ମାନେ ନିଜ ବାପା ମା’ ମାନଙ୍କୁ ପଚାରୁ ନାହାନ୍ତି ସେମାନଙ୍କ ପାଇଁ ବୃଦ୍ଧାଶ୍ରମ ସମର୍ପଣ ଗୃହ ନିର୍ମାଣ କରାଯାଇଛି । ଯେଉଁମାନେ ଭାବୁଛନ୍ତି ବାପା ମା’ ମାନେ ବୋଝ ବୋଲି ସେମାନଙ୍କ ଠାରୁ ନିର୍ବୋଦ୍ଧ କେହି ନାହାନ୍ତି ବୋଲି ପ୍ରକାଶ କରିଥିଲେ । ବାର୍ଦ୍ଧକ୍ୟ ମାନଙ୍କ ଠାରୁ ଯେଉଁ ମାନେ ଉପଦେଶ ନେଇଛନ୍ତି ସେମାନେ ସଫଳ ହୋଇଛନ୍ତି ବୋଲି ଡ. ସାହୁ ପ୍ରକାଶ କରିଥିଲେ । ବାପା ମା’ ମାନଙ୍କର ଯେଉଁ ମାନେ ଆଶୀର୍ବାଦ ନେଇଛନ୍ତି ସେମାନେ ଜଗତ ଜୀତା ହୋଇଛନ୍ତି ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ନୟାଗଡ଼ ବ୍ଲକର ୨୪୧୩ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା । ନୟାଗଡ଼ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ଜନପ୍ରତିନିଧି ମାନେ ଯୋଗ ଦେଇ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ !

Leave a Reply

Your email address will not be published. Required fields are marked *