ରକ୍ତଦାନ ଶିବିର ଆୟୋଜନ କରି ପାଳିତ ହେବ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ଇଂ.ବିମଳ ଚଂଦ୍ରଙ୍କ ଜନ୍ମ ଜୟନ୍ତୀ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜ୍ୟର ଅଗ୍ରଣୀ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ, ଓଡ଼ିଶା (ବିସିଟି) ପକ୍ଷରୁ ଟ୍ରଷ୍ଟ ବରେଣ୍ୟ ଅଧ୍ୟକ୍ଷ ବିଶିଷ୍ଟ ରକ୍ତଦାତା ତଥା ମହାନ୍ ସମାଜସେବୀ ଇଂ.ବିମଳ ଚନ୍ଦ୍ର ଦାସଙ୍କ ୪୬ ତମ ପବିତ୍ର ଜନ୍ମ ଜୟନ୍ତୀ ଏକ ନିଆରା ଢ଼ଙ୍ଗରେ ପାଳନ ଅବସରରେ ଚାଳିତ ଜୁନ୍ ମାସ ୪ ତାରିଖ (ଗୁରୁବାର) ଦିନ ୦୯ ଘଟିକା ଠାରୁ ଟ୍ରଷ୍ଟ ଏଵଂ ଶ୍ରୀ ଜଗନ୍ନାଥ କଲୋନୀ ସୋସାଇଟ ମିଳିତ ସହଭାଗିତାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଭୁବନେଶ୍ୱର ପଥର ଗାଡ଼ିଆ ଉପକଣ୍ଠ ନୀଳାଚଳ ନଗର ଲେନ – ୬ ଲକ୍ଷ୍ମୀଧର ନିବାସ ଠାରେ ଅନୁଷ୍ଠିତ ହେବ । ଏହି ଶିବିରକୁ ସଫଳ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବାକୁ ବିସିଟି ପରିବାର ପକ୍ଷରୁ ସାଧାରଣରେ ନିବେଦନ କରାଯାଇଛି।

Leave a Reply

Your email address will not be published. Required fields are marked *