ପାରଳାଖେମୁଣ୍ଡି ରେ ରକ୍ତଦାନ ଶିବିର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଓଡିଆ ଭଣ୍ଡାରି ସାହିର ଉତ୍କଳ ହିତୈଷିଣୀ ଠାରେ ପଦ୍ମଶ୍ରୀ ଡଃ . ସତ୍ୟନାରାୟଣ ରାଜଗୁରୁଙ୍କ ୧୨୧ ତମ ଜୟନ୍ତୀ ଉପଲକ୍ଷେ ଓଡିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ ତଥା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ! ଆୟୋଜିତ ଶିବିରରେ ୨୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଅବସରରେ ହାଇଟେକ ଗୃପ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ଡଃ. ତିରୁପତି ପାଣିଗ୍ରାହୀ, ପାରଳା ପୌରଧ୍ୟକ୍ଷା ଶ୍ରୀମତୀ ନିର୍ମଲା ସେଠୀ, ପୌର ଉପାଧ୍ୟକ୍ଷ ଲେଙ୍କା ମଧୁ ,ଗଜପତି ଜିଲ୍ଲା ଜୀବନବିନ୍ଦୁ କୋର୍ଡିନଟର ଶ୍ରୀମତୀ ଇନ୍ଦିରା ପଟ୍ଟନାୟକ, ପାରଳାଖେମୁଣ୍ଡି ପୌର ପରିଷଦର ବିଭିନ୍ନ ୱାର୍ଡ ର କାଉନ୍ସିଲର ଓ ସ୍ଥାନୀୟ ଜନସାଧାରଣ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *