ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡ : ଗୋ ସୁରକ୍ଷା କାହା ହାତରେ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ହିନ୍ଦୁ ଧର୍ମରେ ଗୋମାତା କୁ ଶ୍ରେଷ୍ଠ ମାନ୍ୟତା ଦେଇ ପୂଜା କରାଯାଉଥିବା ବେଳେ ବାଲୁଗାଁ ରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି l ବିଭିନ୍ନ ଜଗାରେ ଗୋ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେଇ ଗୋଶାଳା ତିଆରି କରି ସେମାନଙ୍କ ସୁରକ୍ଷା ଦେବାପାଇଁ ଏଠି କେହି ନାହାନ୍ତି l ଏହିପରି ନିରୀହ ଜୀବଙ୍କ ସୁରକ୍ଷା ବର୍ତମାନ କାହା ହାତରେ? କିଛି ଗାଈ ଗୋରୁ ଚୋରି କରି ଚାଲାଣ ହେଉଥିବା ବେଳେ କିଛି ଗାଈ ଗୋରୁ ବିଭିନ୍ନ ରୋଗ ହେଉ ବା ମୋଟର ଜାନ ଧକ୍କାରେ ଜୀବନ ହାନି ସହିତ ମାଡ ହୋଇ ଜୀବନ ବଞ୍ଚାଇବାର ରାହା ଖୋଜୁଥିବା ବେଳେ ବଜରଙ୍ଗ ଦଳ ତରଫରୁ ସେମାନଙ୍କ ସୁରକ୍ଷା ପାଇଁ ନିଜ ପକେଟ ଖର୍ଚ୍ଚ ରେ ସେବା ଯୋଗାଇ ଦେଉଥିବା ନଜରକୁ ଆସିଛି l କିନ୍ତୁ ଗୋମାତାଙ୍କ ପାଇଁ ଖର୍ଚ୍ଚ ହେଉଥିବା ମେଡ଼ିସିନ ଓ ବିଭିନ୍ନ ସାମଗ୍ରୀ ଯୋଗାଇ ଦେବା ପାଇଁ ସରକାରୀ ଭେଟିନାରୀ ବାବୁ ମାନେ କିଛି ଚାଟୁକାର ଙ୍କ ସହିତ ହାତ ବାରିସୀ କରି ନିଜକୁ ନିଜେ ହାଇଲାଇଟ ହେବାକୁ ଚେଷ୍ଟା କରୁଥିବା ଜାଣିବା ପରେ ଚିଲିକା ପ୍ରଖଣ୍ଡ ବଜରଙ୍ଗ ଦଳ ପକ୍ଷରୁ ବାଲୁଗାଁ ଭେଟନାରୀ ମେଡିକାଲ ସାମ୍ନାରେ ଥିବା କିଛି ଗାଈ ଓ ବାଛୁରୀ ଙ୍କ ସେବା ଠିକରେ ହେଉନାଥବାରୁ ଆନ୍ଦୋଳନ ତୀବ୍ର କରିଛନ୍ତି l ସରକାରଙ୍କୁ ନିବେଦନ କରିକହିଛନ୍ତି ଯେ ଗୋମାତା ମାନଙ୍କ ପାଇଁ ଗୋଶାଳା ନିର୍ମାଣ, ସରକାରୀ ଭେଟନାରୀ ତରଫରୁ ଚିକିତ୍ସା ଯୋଗାଇ ଦେବାସହିତ ସେମାନେ ସେବା ଓ ଖାଦ୍ୟ ଯୋଗାଇଦେଲ ଏଣେତେଣେ ଗୋମାତା ବାହାରେ ନ ବୁଲି ପାରିବେ ଏବଂ ସୁରକ୍ଷା ମିଳିପାରିବ ବୋଲି ଆଶା କରିଛନ୍ତି l ଏହା ପରେ ବାଲୁଗାଁ ରେ ଥିବା ଭେଟିନାର ଅଫିସର ଶ୍ରୀ ଦେବାଶିଷ ଦାସ ଙ୍କୁ ବଦଳି ଦାବି ରେ ଅଡ଼ିବସିଥିଲେ ବଜରଙ୍ଗ ଦଳ l ମେଡିକାଲ ସାମ୍ନାରେ ଥିବା ଆହତ ଅବସ୍ଥା ରେ ଗାଈ ଗୋରୁଙ୍କୁ ସେବା ଯୋଗାଇ ପାରୁନାହାନ୍ତି l ତାହେଲେ ଏଭଳି ଡାକ୍ତରଙ୍କୁ ତୁରନ୍ତ ବଦଳି କରାଯାଉ ବୋଲି ଚେତାବନୀ ଦେଇଛନ୍ତି l

Leave a Reply

Your email address will not be published. Required fields are marked *