ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ବୈଠକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବଡ଼ ରାଧାକାନ୍ତ ମଠରେ ଗଜପତି ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ବୈଠକ ମଞ୍ଚର ସଭାପତି ଲକ୍ଷ୍ମୀ ନୃସିଂହ ରଥଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିବା ବେଳେ ମଞ୍ଚର କର୍ମକର୍ତ୍ତାମାନେ ମଞ୍ଚାସିନ ଥିଲେ। ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ହରି ମୋହନ ପଟ୍ଟନାୟକ ବିବରଣୀ ପଠନ କରିଥିଲେ।ମଞ୍ଚର କାର୍ଯ୍ୟାଳୟ ନିମନ୍ତେ, ପୋଲିସ ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ,ବାଇ ପାସ ରାସ୍ତା ନିର୍ମାଣ ନିମନ୍ତେ ଫରେଷ୍ଟ ଗେଟ ନିକଟରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଙ୍କ ପ୍ରତିମୂର୍ତ୍ତି ନିର୍ମାଣ, ରାମ ସାଗର ଓ ସୀତା ସାଗର ର ସୌନ୍ଦର୍ଯ୍ୟ କରଣ ସାଙ୍ଗକୁ ବିଦ୍ୟୁତକରଣ, ଭୋଇ ପାହାଡର ସବୁଜି କରଣ ଓ ପ୍ରାତଃ ଭ୍ରମଣ ନିମନ୍ତେ ଚଲା ପଥ ନିର୍ମାଣ ପ୍ରଭୃତି ବିଷୟର ସମାଧାନ ନିମନ୍ତେ ବିଶଦ ଆଲୋଚନା ହୋଇଥିଲା। ଶେଷରେ ସଭାପତି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ସତ୍ୟବାଦୀ ପାତ୍ର,ବିଶିକେଶନ ମହାପାତ୍ର, ଲବ ଜେନା, ଗଜେନ୍ଦ୍ର ପଣ୍ଡା, ଜୟ କୃଷ୍ଣ ପଟ୍ଟନାୟକ ଏହି ବୈଠକ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *