ଗଜପତି ଜିଲ୍ଲାର ଗୁମ୍ମା ଓ ଆର୍ .ଉଦୟଗିରି ବ୍ଲକରେ ”ଆମ ବସଷ୍ଟାଣ୍ଡ” ଉଦଘାଟିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ଗୁମ୍ମା ଓ ଆର୍.ଉଦୟଗିରି ବ୍ଲକରେ ନବନିର୍ମିତ “ଆମ ବସଷ୍ଟାଣ୍ଡ” ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ଗୁମ୍ମା ବ୍ଲକରେ ଆମ ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଗତବର୍ଷ ୦୯.୦୬.୨୦୨୨ ରେ ଆରମ୍ଭ ହୋଇ ତା.୩୧.୦୫.୨୦୨୩ ରିଖରେ ଶେଷ କରାଯାଇଥିଲା , ଯାହାକି ୦.୬୮ ଏକର ଜାଗାରେ ନିର୍ମିତ ହୋଇଛି । ସେଥିମଧ୍ୟରୁ ମୁଖ୍ୟ ବିଲିଡିଙ୍ଗ , ମାର୍କେଟ କମ୍ପ୍ଲେକ୍ସ , ସେକ୍ୟୁରିଟୀ ଶେଡ୍ , ଡ୍ରାଇଭର ରେଷ୍ଟ ହାଉସ୍ , ଗାଧୁଆ ଘର , ପାକିଂ ଇତ୍ୟାଦି ବିଭିନ୍ନ ଉନ୍ନତ ମାନର କାର୍ଯ୍ୟ କରଯାଇଛି । ସେହିପରି ଆର୍.ଉଦୟଗିରି ବ୍ଲକରେ ମଧ୍ୟ “ଆମ ବସଷ୍ଟାଣ୍ଡ” ର ଉଦଘାଟନ ହୋଇଯାଇଛି , କାର୍ଯ୍ୟ ଆରମ୍ଭ ଗତ ବର୍ଷ ୦୯.୦୬.୨୦୨୨ରେ ଓ ତା- ୩୧.୦୫.୨୦୨୩ରିଖରେ ଶେଷ କରାଯାଇଥିଲା । ଏହି ବସଷ୍ଟାଣ୍ଡ ୦.୭୦ ଏକର ଜାଗାରେ ନିର୍ମିତ ହୋଇଅଛି । ସେଥିମଧ୍ୟରୁ ମୁଖ୍ୟ ବିଲିଡିଙ୍ଗ , ମାର୍କେଟ କମ୍ପ୍ଲେକ୍ସ , ସେକ୍ୟୁରିଟୀ ଶେଡ୍ , ଡ୍ରାଇଭର ରେଷ୍ଟ ହାଉସ୍ , ଗାଧୁଆ ଘର , ପାର୍କିଂ ଇତ୍ୟାଦି ବିଭିନ୍ନ ଉନ୍ନତ ମାନର କାର୍ଯ୍ୟ କରାଯାଇଛି । ମୋହନା ବ୍ଲକରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଆମ ବସଷ୍ଟାଣ୍ଡ ନିର୍ମାଣ ସକାଶେ ଶିଳାନ୍ୟାସ କରିଛନ୍ତି । ଏହି ବସଷ୍ଟାଣ୍ଡ ନିର୍ମିତ ହେବା ଦ୍ବାରା ବହୁ ଜନସାଧାରଣ ଉପକୃତ ହୋଇପାରିବେ । ଏହି ବସ ଷ୍ଟାଣ୍ଡ ୧.୫୦ ଏକର ଜାଗାରେ ନିର୍ମିତ ହେବାକୁ ସ୍ଥିର କରାଯାଇଅଛି ।

Leave a Reply

Your email address will not be published. Required fields are marked *